ଢେଙ୍କାନାଳ, ଦେବଗଡ, ସମ୍ବଲପୁର ଓ ବରଗଡରେ “ଗରିବ କଲ୍ୟାଣ ସମାବେଶ”ରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

27

ଭୁବନେଶ୍ୱର, ଜୁନ ୦୭ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ଠାରୁ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଢେଙ୍କାନାଳ, ଦେବଗଡ, ସମ୍ବଲପୁର ଓ ବରଗଡ ଜିଲ୍ଲାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  

ଏହି ଗସ୍ତର ପ୍ରଥମ ଦିନରେ ଶ୍ରୀ ପ୍ରଧାନ ଢେଙ୍କାନାଳର କଙ୍କଡାହାଡ ଠାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେବେ । କାମାକ୍ଷାନଗରରେ କମ୍ୟୁନିଟି ରେଡିଓ- “ରେଡିଓ ବସୁଧା”ର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବେ । କାମାକ୍ଷାନଗରରେ ଦଳ ପକ୍ଷରୁ ଅନୁଷ୍ଠିତ ସଂଯୁକ୍ତା ମୋର୍ଚ୍ଚା ବୈଠକରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।      

ଦ୍ୱିତୀୟ ଦିନରେ ଶ୍ରୀ ପ୍ରଧାନ ଭୁବନେଶ୍ୱର ଠାରେ ଦିଲ୍ଲୀପ ଶତପଥୀ ମେମୋରିଆଲ ରାଜ୍ୟସ୍ତରୀୟ ପ୍ରଶ୍ନତ୍ତୋର ପ୍ରତିଯୋଗିତା କାର୍ଯ୍ୟକ୍ରମ ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜନଜାତୀୟ ଖେଳ ମହୋତ୍ସବ- ୨୦୨୩ରେ ସାମିଲ ହେବେ । ତୃତୀୟ ଦିନରେ ଶ୍ରୀ ପ୍ରଧାନ ଦେବଗଡର ବଡବଗିଚା ଏବଂ ସମ୍ବଲପୁର ରେଙ୍ଗାଲି ବ୍ଲକରେ ଆୟୋଜିତ ପୃଥକ ପୃଥକ ଗରିବ କଲ୍ୟାଣ ସମାବେଶରେ ଯୋଗଦେବା ସହ ପୁରାତନ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ ।  

ଜୁନ ୧୧ ତାରିଖ ଗସ୍ତର ଶେଷ ଦିନରେ ଶ୍ରୀ ପ୍ରଧାନ ବରଗଡରେ ବିପିସିଏଲର ବାୟୋ ଇଥାନଲ ରିଫାଇନାରୀ ପରିଦର୍ଶନ କରିବା ସହ ବଲାଙ୍ଗୀର ଟାଉନ ଠାରେ ଇନଡୋର ଷ୍ଟାଡିୟମ ଉଦଘାଟନ କରିବେ । ବରଗଡ ନୃସିଂହନାଥ ପାଇକମାଲ ଠାରେ ଗରିବ କଲ୍ୟାଣ ସମାବେଶ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Comments are closed, but trackbacks and pingbacks are open.