ତାମିଲ ମହାକବି ସୁବ୍ରମଣ୍ୟମ ଭାରତୀଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

16

ବାରାଣାସୀ, ନଭେମ୍ବର ୧୮ – ‘କାଶୀ ତାମିଲ ସଙ୍ଗମମ୍’ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଉତ୍ତରପ୍ରଦେଶର ବାରାଣାସୀ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର କାଶୀ ଠାରେ ତାମିଲ ମହାକବି ସ୍ୱର୍ଗତ ସୁବ୍ରମଣ୍ୟମ ଭାରତୀଙ୍କ ସମ୍ପର୍କୀୟ ୯୬ ବର୍ଷୀୟ କେଭି କ୍ରୀଷ୍ଣନ ଏବଂ ପରିବାର ବର୍ଗଙ୍କୁ ସାକ୍ଷାତ୍ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣରେ ସୁବ୍ରମଣ୍ୟମଙ୍କ ବିଚାର ଅଧିକ ପ୍ରାସଙ୍ଗିକ ହୋଇଛି । ତାଙ୍କ ଭଳି ଜଣେ ବ୍ୟକ୍ତିତ୍ୱଙ୍କ ବିଚାରକୁ ରୂପ ଦେବାରେ କାଶୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମହାକବି ଆଗାମୀ ପିଢିଙ୍କ ପାଇଁ ସବୁ ଦିନ ପାଇଁ ପ୍ରେରଣା ହୋଇ ରହିବେ । କାଶୀ ତାମିଲ ସଙ୍ଗମମ ; ଉଭୟ ଅଞ୍ଚଳର ସଂସ୍କୃତି ମଧ୍ୟରେ ଥିବା ଦାର୍ଶନିକ ଏକତା, ସମାନତାକୁ ପାଳନ କରିବାର ଉତ୍ସବ । ୧୦୦ ବର୍ଷ  ପୂର୍ବେ ଏକତା, ସାଂସ୍କୃତିକ ଚେତନା ଏବଂ ଏକ ଭାରତର କଳ୍ପନା କରିଥିବା ମହାକବିଙ୍କ ବିଚାରକୁ ଆଜି ପ୍ରଧାନମନ୍ତ୍ରୀ ପୂରଣ କରୁଛନ୍ତି ।  

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀ ଠାରେ ଏକ ମ୍ୟାସ ବ୍ୟାପୀ କାର୍ଯ୍ୟକ୍ରମ ‘ତାମିଲ ସଙ୍ଗମମ’କୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ୧୭ ନଭେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । କାଶୀ ଏବଂ ତାଲିମନାଡୁ ଭଳି ଦୁଇ ମହତ୍ୱପୂର୍ଣ୍ଣ ଓ ପ୍ରାଚୀନ ଜ୍ଞାନ କେନ୍ଦ୍ର ମଧ୍ୟରେ ଥିବା ଶତାବ୍ଦୀ ଶତାବ୍ଦୀର ସମ୍ପର୍କକୁ ପୁନର୍ବାର ଉଜ୍ଜିବୀତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ପ୍ରଧାନମନ୍ତ୍ରୀଙ୍କ କାଶୀ ଗସ୍ତର ଅବ୍ୟବହିତ ପୂର୍ବରୁ ଶ୍ରୀ ପ୍ରଧାନ ଆଜି ସମସ୍ତ ପ୍ରସ୍ତୁତି ସମୀକ୍ଷା କରିଥିଲେ।

ଏହି ଅବସରରେ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କାଶୀ ଓ ତାମିଲନାଡୁ ମଧ୍ୟରେ ଥିବା ଶହ ଶହ ବର୍ଷର ସମ୍ପର୍କର ପ୍ରତିଛବି ହନୁମାନ ଘାଟ ସ୍ଥିତ ଏଚଏଚ କାଞ୍ଚି କାମାକୋଟି ପିତାଧିପତି ଜଗଦଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ମଠକୁ ମଧ୍ୟ ପରିଦର୍ଶନ କରିଥିଲେ । ସେଠାରେ ବେଦ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ ।  କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହର୍ଷି ସନ୍ଦିପାନୀ ରାଷ୍ଟ୍ରୀୟ ବେଦ ସଂସ୍କୃତ ଶିକ୍ଷା ବୋର୍ଡକୁ ନିୟମିତ ବୋର୍ଡ ସ୍କୁଲ ଭାବରେ ମାନ୍ୟତା ପ୍ରଦାନ କରାଯାଇଛି । ଏହି ଶ୍ରୀ କାଞ୍ଚି କାମାକୋଟି ପୀଠ ତଥା ଅନ୍ୟ ବେଦ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରମାନେ ଉଚ୍ଚଶିକ୍ଷା ଓ ରୋଜଗାର ସହ ଯୋଡ଼ିହେବେ ।

Comments are closed, but trackbacks and pingbacks are open.