ଗୁଜୁରାଟରେ ରାଜ୍ୟର ଶିକ୍ଷା ମନ୍ତ୍ରୀ ମାନଙ୍କ ଜାତୀୟ ଶିକ୍ଷା ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

40

 ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ ସମ୍ମିଳନୀରେ ସାମିଲ
–    ଅଂଶଗ୍ରହଣକାରୀ ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀଙ୍କ ସହ ବିଭିନ୍ନ ଅନୁଷ୍ଠାନ ଓ ଦକ୍ଷତା ଆଧାରିତ ଅନୁଷ୍ଠାନ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଗାନ୍ଧୀନଗର, ଜୁନ ୦୧- କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଗୁଜରାଟ ଗାନ୍ଧୀନଗରରେ ଗୁଜୁରାଟ ଶିକ୍ଷା ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ତରଫରୁ ଆୟୋଜିତ ଦୁଇଦିନିଆ ରାଜ୍ୟର ଶିକ୍ଷା ମନ୍ତ୍ରୀ ମାନଙ୍କ ଜାତୀୟ ଶିକ୍ଷା ସମ୍ମିଳନୀରେ ଯୋଗ ଦେଇଛନ୍ତି ।

ବିଦ୍ୟା ସମୀକ୍ଷା କେନ୍ଦ୍ରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଶିକ୍ଷା ମନ୍ତ୍ରୀ ଏବଂ ଶିକ୍ଷା ବିଭାଗ ସହ ସଂଶ୍ଲିଷ୍ଟ ପ୍ରତିନିଧି ମାନେ ସାମିଲ ହୋଇଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁଭାଷ ସରକାର, ବିଭିନ୍ନ ରାଜ୍ୟର ଶିକ୍ଷା ମନ୍ତ୍ରୀ ଓ ପ୍ରତିନିଧିଙ୍କ ସହ ବିଭିନ୍ନ ଅନୁଷ୍ଠାନ ଓ ଦକ୍ଷତା ଆଧାରିତ ଅନୁଷ୍ଠାନ ପରିଦର୍ଶନ କରିଥିଲେ । ବିଦ୍ୟା ସମୀକ୍ଷା କେନ୍ଦ୍ର, ଭାସ୍କରାଚାର୍ଯ୍ୟ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ସ୍ପେସ୍ ଆପ୍ଲିକେସନ୍ ଏବଂ ଜିଓ-ଇନଫର୍ମେଟିକ୍ସ, ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭରସିଟି ଏବଂ ଆନ୍ତର୍ଜାତୀୟ ଅଟୋମୋବାଇଲ୍ ସେଂଟର ଅଫ୍ ଏକ୍ସଲେନ୍ସ ପରିଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ପରିଦର୍ଶନ କାଳରେ ଶ୍ରୀ ପ୍ରଧାନ ଉପସ୍ଥିତ ଶିକ୍ଷା କ୍ଷେତ୍ରର ସବୁ ଷ୍ଟେକହୋଲଡର ମାନଙ୍କୁ ବାଲବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆଂଚଳିକ ଭାଷାରେ ଗୁଣାତ୍ମକ ଇ-କଂଟେଟ୍ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ ।

 ସେହିପରି ରାଜ୍ୟ ଶିକ୍ଷା ମନ୍ତ୍ରୀ ମାନଙ୍କ ଜାତୀୟ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗୁଜୁରାଟର ବିଦ୍ୟା ସମୀକ୍ଷା କେନ୍ଦ୍ର ଟେକ୍ନୋଲୋଜି ଦ୍ୱାରା ୫୪ ହଜାର ୨୭୩ ବିଦ୍ୟାଳୟକୁ ପରିଚାଳିତ କରୁଅଛି । ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ ବିଦ୍ୟାର୍ଥୀଙ୍କ ତଥ୍ୟଭିତିକ ରେକର୍ଡନୁସାରେ ସ୍କୁଲରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଯୋଡିବାର ଉଦ୍ୟମ କରୁଛି । ସେହିପରି ଶିକ୍ଷାଦାନର ଅଭାବକୁ ସମାଧାନ କରିବା ସହ ଛାତ୍ରଛାତ୍ରୀମାନେ ଶିଖୁଥିବା ପାଠପଢାକୁ ଉନ୍ନତ କରିବାରେ ବିଦ୍ୟା ସମୀକ୍ଷା କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଶିଶୁ କେନ୍ଦ୍ରୀକ ଶିକ୍ଷା ଆହରୋଣ ଦୃଷ୍ଟିରେ ବିଦ୍ୟା ସମୀକ୍ଷା କେନ୍ଦ୍ର ଏକ ଭବିଷ୍ୟବାଦୀ ପଦକ୍ଷେପ । ଏହି ପୃଷ୍ଠଭୂମିରେ ଦେଶବ୍ୟାପୀ ଶିକ୍ଷାକୁ ଉନ୍ନତ କରିବା ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳର ଶିକ୍ଷା ଗ୍ରହଣର ସର୍ବଶ୍ରେଷ୍ଠ ପଦ୍ଧତି ଆପଣାଇବା ଦରକାର । ସର୍ବଶ୍ରେଷ୍ଠ ସୁଶାସନ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ଶିକ୍ଷା ଆହୋରଣକୁ ଏକତ୍ର କରି ଏକ କର୍ମଶାଳା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁଜୁରାଟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

Comments are closed, but trackbacks and pingbacks are open.