ବିବାଦୀୟ ବୟାନ ଦେଇ ଅଡ଼ୁଆରେରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

29

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପିଛା ଛୁଡ଼ିନାହିଁ ବିବାଦ I ନିଜର ଖIମ ଖିଆଲୀ ବେପରୁଆ ବୟାନ ପାଇଁ ବିବାଦ ଘେରରେ ପୁଣି ଥରେ ଅଡୁଆରେ ପଡିଛନ୍ତି କେନ୍ଦ୍ରମନ୍ତ୍ରୀ I ସର୍ବଭାରତୀୟ ସ୍ତରର ଅଧିକାରୀ ଜଣେ ଜଣେ ଡକାୟତ । ତାଙ୍କଠୁ ବଡ଼ ଡକାୟତ ପୃଥିବୀରେ କେହି ନାହାନ୍ତି । ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ତେବେ ସବୁଠୁ ବଡ଼ କଥା ହେଲା ଜଣେ କେନ୍ଦ୍ରମନ୍ତ୍ରୀ ହୋଇ ସ୍କୁଲ ପିଲାମାନଙ୍କ ସାମ୍ନାରେ ୟୁପିଏସସି ଭଳି ଏକ ସମ୍ମାନଜନକ ସ୍ତରର ଅଫିସରଙ୍କୁ ଡକାୟତ ବୋଲି କହିବାକୁ ନେଇ ବିବାଦ ମୁଣ୍ଡ ଟେକିଛି।

ସୂଚନାଅନୁସାରେ ବାଲେଶ୍ବର ଜିଲ୍ଲା ବାଲିଆପାଳ ଜାମକୁୁଣ୍ଡା ସରକାରୀ ଉଚ୍ଚ ବିଦ୍ଯଳୟର ସୁବର୍ଣ୍ଣ ଜୟନ୍ତୀ ଆସି ନିଜର ଅଭିଭାଷଣରେ ୟୁପିଏସସି ମାଧ୍ଯମରେ ନିଯୁକ୍ତି ପାଉଥିବା ଅଧିକାରୀ ମାନେ ଜଣେ ଜଣେ ଡକାୟତ ବୋଲି ନିଜର ଅଶାଳିନ ମନ୍ତବ୍ୟ ରଖିଛନ୍ତି । ଅଭିଭାଷଣରେ ବିଶ୍ବେଶ୍ବର କହିଛନ୍ତି ଯେ, ମୁଁ ଦିଲ୍ଲୀରେ ଯେଉଁଠି ରହୁଛି, ତା’ର ପଛପଟେ ୟୁପିଏସସି ଭବନ ରହିଛି । ସେଠାରେ ସର୍ବଭାରତୀୟ ସ୍ତରର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଏ । ସେ ଭବନରେ ହେଉଥିବା କାର୍ଯ୍ୟକଳାପକୁ ଦେଖି ମୁଁ ଜାଣିଲି, ସର୍ବଭାରତୀୟ ସ୍ତରର ଅଧିକାରୀ ହେଉଛନ୍ତି ସବୁଠୁ ବଡ଼ ଡକାୟତ ।

ପୂର୍ବରୁ ସର୍ବଭାରତୀୟ ଅଧିକାରୀଙ୍କ ପ୍ରତି ମୋର ଏକ ଭିନ୍ନ ଧାରଣା ଥିଲା । ସେମାନଙ୍କୁ ଜ୍ଞାନୀ ବୋଲି ମୁଁ ଭାବୁଥିଲି । କିନ୍ତୁ ଏବେ ଭାବୁଛି ସେମାନେ ବଡ଼ ଡକାୟତ । ଏଇଟା ସ୍ବୀକାର କରିବାକୁ ପଡିବ। ଆଜି ବଡଲୋକଙ୍କୁ ଉତ୍ତର ନାହିଁ ଆପଣ ବଡ ଲୋକ ଭୁଲ କଲେ ଦଣ୍ଡ ନାହିଁ ସାମାନ୍ଯ କୁକୁଡା ଚୋରି କଲେ ତାଙ୍କୁ ଦଣ୍ଡ ଅଛି କିନ୍ତୁ ଯିଏ ପାହାଡ ଲୁଟିବ ତାଙ୍କୁ ଦଣ୍ଡ ନାହିଁ । ତାର କାରଣ ସେମାନେ ସେଇ ପ୍ରକାର ଛତ୍ରଛାୟା ତଳେ ରହୁଛନ୍ତି। ଏଭଳି ବକ୍ତବ୍ଯ ବାଲିଆପାଳ ପରି ଶିକ୍ଷତ ଅଞ୍ଚଳର ବିଶ୍ବେଶ୍ବର ଟୁଡୁ କହିବା ଦୁର୍ଭାଗ୍ଯ ଜନକ ବୋଲି କହିଛନ୍ତି । ସ୍କୁଲ ଛାତ୍ରଙ୍କୁ ଏଭଳି ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ କି ଶିକ୍ଷା ଦେଉଛନ୍ତି ? ସବୁ ପିଲାଙ୍କ ମନରେ ସ୍ବପ୍ନ ଥାଏ ସେମାନେ ସର୍ବଭାରତୀୟ ସ୍ତରର ଅଧିକାରୀ ହେବାକୁ । କିନ୍ତୁ ପ୍ରଶାସନିକ ସ୍ତରର ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ତୁଲାଇଥିବା ଅଧିକାରୀଙ୍କୁ ଏଭଳି ଡକାୟତ ବୋଲି ସମ୍ବୋଦନ କରିବା ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଶୋଭା ପାଉଛି କି ବୋଲି ପ୍ରଶ୍ନ ଉଠିଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଙ୍କ ପାଇଁ ବିବାଦ କିଛି ନୂଆ ନୁହେଁ,ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଧମକ ଦେବା ଏବଂ ସୋସିଆଲ ମିଡିଆରେ ଲୋକମାନଙ୍କୁ ଦାଦାଗିରି ଦେଖାଇ ଲୋକଙ୍କୁ ଧମକ ଦେଇଥିବା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି।

Comments are closed, but trackbacks and pingbacks are open.