ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୫ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ

110

ମାତୃଭାଷାରେ ଶିକ୍ଷା ସମୟର ଆବଶ୍ୟକତା, ଓଡ଼ିଶାବାସୀଙ୍କ ସମୃଦ୍ଧି ଉପରେ ବିଶ୍ୱବିଦ୍ୟାଳୟ ଚିନ୍ତା କରିବା ଆବଶ୍ୟକ – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାତୃଭାଷାରେ ଶିକ୍ଷାଦାନ କରିବା ଉପରେ ମଧ୍ୟ ଶିକ୍ଷାୟତନକୁ ଯଥେଷ୍ଟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ I ସେ କହିଛନ୍ତି ଓଡ଼ିଶାବାସୀଙ୍କ ସୁଖ, ସମୃଦ୍ଧି ଓ ସମ୍ପନ୍ନତା ବଢାଇବା ପାଇଁ ବିଶ୍ୱବିଦ୍ୟାଳୟ ଚିନ୍ତା କରିବା ଆବଶ୍ୟକ । ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଞ୍ଚଳିକ ଓ ମାତୃଭାଷାରେ ପିଲାମାନଙ୍କୁ ପାଠ ପଢାଇବା ଉପରେ ପ୍ରାଥମିକତା ଦିଆଯାଉଛି । ମାତୃଭାଷାରେ ପାଠ ପଢିଲେ ହିଁ ପିଲାଙ୍କର କ୍ରିଟିକାଲ ଥିଙ୍କିଂ ବିକଶିତ ହେବ ।

ଏହି ସମାରୋହରେ ଓଡ଼ିଶା ମାନ୍ୟବର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ଡଃ. ହରିବାବୁ କମ୍ଭମପାଟି ଯୋଗଦେଇ କହିଛନ୍ତି, ଏହି ସମାବର୍ତ୍ତନ ଉତ୍ସବ ନୂତନ ଯାତ୍ରାର ଅୟମାରମ୍ଭ । ଆଜିର ଦିନରେ ଡିଗ୍ରୀ ଏବଂ ପଦକ ପାଇଥିବା ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ଅଭିନନ୍ଦନ । ସମ୍ବଲପୁର ବିଶ୍ଵବିଦ୍ୟାଳୟ ସହ ମୋର ସମ୍ପର୍କ ବହୁତ ପୁରୁଣା । ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାଜ୍ୟର ଅନ୍ୟତମ ପୁରୁଣା ଅନୁଷ୍ଠାନ । ପିଏମ ଉଷା ତରଫରୁ ମେରୁ ଅଧୀନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ୧୦୦ କୋଟି ଟଙ୍କା ଦିଆଯାଇଛି । ରାଜ୍ୟ ବଜେଟରୁ ସମ୍ବଲପୁର ବିଶ୍ଵବିଦ୍ୟାଳୟକୁ ପ୍ରାୟ ୪୭ କୋଟି ଟଙ୍କା ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ୟ୍ୟଜ ପାଇଁ ପ୍ରଦାନ କରାଯାଇଛି । ସମ୍ବଲପୁର ୟୁନିଭରସିଟିର ସିଉଟ ପାଇଁ ୧୦ କୋଟି ଟଙ୍କା ଏଆଇ ଲ୍ୟାବ ଓ ଇ-ଲାଇବ୍ରେରୀ ପାଇଁ ଦିଆଯାଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଭିତ୍ତିଭୂମି ଓ ଗବେଷଣା ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ନିକଟରେ ୧୫୭ କୋଟି ଟଙ୍କା ଦେଇଛନ୍ତି ।

ସମ୍ବଲପୁରରେ ଜାତୀୟ ସ୍ତରର ଆଇଆଇଏମ୍, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ବୁର୍ଲା ମେଡିକାଲ କଲେଜ, ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି, ଓୟୁଏଟିର ଚିପିଲିମା କ୍ୟାମ୍ପସ ଏବଂ ଓପନ ୟୁନିଭରସିଟି ମଧ୍ୟ ଅଛି, ଯାହା ସମ୍ବଲପୁରକୁ ଭୁବନେଶ୍ୱର ପରେ ଦ୍ୱିତୀୟ ଶିକ୍ଷା କେନ୍ଦ୍ର ଭାବେ ପରିଚିତ କରାଉଛି । ଓଡ଼ିଶାକୁ ଭାଷା ଭିତ୍ତିକ ରାଜ୍ୟ ଗଠନ କରିବାରେ ସମ୍ବଲପୁରର ଅତୁଳନୀୟ ଅବଦାନ ରହିଛି । ସମ୍ବଲପୁରକୁ ଏକ ଜ୍ଞାନ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳି କରିବା ପାଇଁ ଡବଲଇଞ୍ଜିନ ସରକାର ବଦ୍ଧ ପରିକର ।

Comments are closed, but trackbacks and pingbacks are open.