ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

170

ନୂଆଦିଲ୍ଲୀ: ଐତିହାସିକ ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ସ୍ୱାକ୍ଷର କରିଥିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ “ଭାରତ ବିଶ୍ୱ ବାଣିଜ୍ୟରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହା ପ୍ରତ୍ୟେକ ନାଗରିକଙ୍କ ପାଇଁ ଗର୍ବ ଏବଂ ସମ୍ଭାବନାର ମୁହୂର୍ତ୍ତ। ଐତିହାସିକ ଭାରତ-ବ୍ରିଟେନ ଏଫଟିଏ ସ୍ୱାକ୍ଷରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଏହି ଚୁକ୍ତି ମୋଦୀ ଜୀଙ୍କ ଜନ କୈନ୍ଦ୍ରିକ ବାଣିଜ୍ୟ କୂଟନୀତି ଭାବେ ଉଭା ହୋଇଛି, ଯାହା ୯୫% କୃଷି ରପ୍ତାନୀ ଉପରେ ଶୁଳ୍କ ଛାଡ଼ ଏବଂ ୯୯% ସାମୁଦ୍ରିକ ରପ୍ତାନୀ ଉପରେ ଶୂନ୍ୟ ଶୁଳ୍କ ସହିତ ଆମର ମତ୍ସ୍ୟଜୀବୀମାନଙ୍କୁ ଉପକୃତ କରି ଆମ କୃଷକମାନଙ୍କ ପାଇଁ ସମୃଦ୍ଧିର ଏକ ନୂତନ ଯୁଗର ସୂଚନା ଦେଇଛି। ମେକ୍ ଇନ୍ ଇଣ୍ଡିଆ ସଂକଳ୍ପକୁ ପ୍ରୋତ୍ସାହନ ଦେବା ଏବଂ ଆମର କାରିଗର, ବୁଣାକାର, ବୟନଶିଳ୍ପ, ଚମଡ଼ା, ଜୋତା, ରତ୍ନ ଅଳଙ୍କାର ଏବଂ ଖେଳନା ପାଇଁ ବ୍ୟାପକ ବଜାର ଖୋଲି ଆମର ସ୍ଥାନୀୟ ଉତ୍ପାଦଗୁଡ଼ିକର ଜଗତୀକରଣ କରିବାରେ ଏହି ରାଜିନାମା ସେମାନଙ୍କ ସାମର୍ଥ୍ୟକୁ ଏକ ସମ୍ପୂର୍ଣ୍ଣ ନୂତନ ଉଚ୍ଚତାକୁ ଉନ୍ନୀତ କରେ।

Comments are closed, but trackbacks and pingbacks are open.