ବୀର ସାବରକର କ୍ରୀଡ଼ା କମ୍ପ୍ଲେକ୍ସକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

185

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଅହମ୍ମଦାବାଦର ନାରନପୁରା ଠାରେ ପ୍ରାୟ ୮୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବୀର ସାବରକର କ୍ରୀଡ଼ା କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ, ଗୁଜରାଟ ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସଂଘବୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ନାରଣପୁରାରେ ଏକ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ ପ୍ରସ୍ତାବ ନେଇ ଯାଇଥିଲି, ସେତେବେଳେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଯେ ଏହାକୁ ଏକ ବିଶ୍ୱସ୍ତରୀୟ କ୍ରୀଡା କମ୍ପ୍ଲେକ୍ସ ଭାବେ ବିକଶିତ କରାଯିବା ଉଚିତ। ଆଜି ବୀର ସାବରକର କ୍ରୀଡ଼ା କମ୍ପ୍ଲେକ୍ସ ଅନ୍ତର୍ଜାତୀୟ ମାନର ସୁବିଧା ସହିତ ପ୍ରସ୍ତୁତ ହୋଇଛି। ଅମିତ ଶାହ କହିଥିଲେ ଯେ ବୀର ସାବରକର କ୍ରୀଡ଼ା କମ୍ପ୍ଲେକ୍ସ ଭାରତର ସର୍ବବୃହତ୍ ଏବଂ ବିଶ୍ୱର ସବୁଠାରୁ ଆଧୁନିକ କ୍ରୀଡ଼ା କମ୍ପ୍ଲେକ୍ସ ମଧ୍ୟରେ ଅନ୍ୟତମ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଆଉ କୌଣସି କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିବା କଥା କଳ୍ପନା କରିବା ଉଚିତ ନୁହେଁ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ୨୦୪୭ ମସିହା ସୁଦ୍ଧା ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ଏକ ନମ୍ବର ରାଷ୍ଟ୍ରରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ଏକ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଏବଂ ଏହି ଲକ୍ଷ୍ୟ ନିଶ୍ଚିତ ଭାବେ ହାସଲ କରାଯିବ।

Comments are closed, but trackbacks and pingbacks are open.