ନୂଆଦିଲ୍ଲୀ: ଭାରତରେ ବିଗତ କିଛିଦିନ ହେଲା କୋଭିଡ-୧୯ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ବର୍ତ୍ତମାନର କୋଭିଡ-୧୯ ସ୍ଥିତି ଓ ଜନସ୍ବାସ୍ଥ୍ୟ ପ୍ରସ୍ତୁତି ସଂପର୍କରେ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚଏସ) ଡକ୍ଟର ସୁନୀତା ଶର୍ମାଙ୍କ ଅଧ୍ୟକ୍ଷତାରେ ୨ ଏବଂ ୩ ଜୁନରେ କେତେକ ବୈଷୟିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିପର୍ଯ୍ୟୟ ପରିଚାଳନା ସେଲ୍, ଜରୁରୀକାଳୀନ ପରିଚାଳନା ପଦକ୍ଷେପ ସେଲ୍, ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି), ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର), ସମନ୍ୱିତ ରୋଗ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ (ଆଇଡିଏସପି) ଏବଂ ଦିଲ୍ଲୀର କେନ୍ଦ୍ର ସରକାରୀ ହସ୍ପିଟାଲର ପ୍ରତିନିଧିମାନଙ୍କ ସହିତ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ପ୍ରତିନିଧିମାନେ ଯୋଗ ଦେଇଥିଲେ। ୪ ଜୁନ ସୁଦ୍ଧା ଭାରତରେ ୪୩୦୨ଟି ସକ୍ରିୟ ମାମଲା ଚିହ୍ନଟ ହୋଇଛି, ଯାହା ମଧ୍ୟରୁ ଗତ ୨୪ ଘଣ୍ଟାରେ ୮୬୪ଟି ମାମଲା ଚିହ୍ନଟ ହୋଇଛି । ଅଧିକାଂଶ ମାମଲା ସାମାନ୍ୟ ଓ ଘରେ ଉପଚାର ଯୋଗ୍ୟ ରହିଛି। ୧ ଜାନୁଆରୀ ୨୦୨୫ରୁ ଏପର୍ଯ୍ୟନ୍ତ ୪୪ଟି କୋଭିଡ୍ ମୃତ୍ୟୁ ରିପୋର୍ଟ ହୋଇଛି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ମୃତକଙ୍କର ପୂର୍ବରୁ ଅନ୍ୟାନ୍ୟ ରୋଗ ରହିଥିଲା।
Comments are closed, but trackbacks and pingbacks are open.