ମଙ୍କିପକ୍ସ ସଂକ୍ରମଣ କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଜାରି କଲା ମାର୍ଗଦର୍ଶିକା

13

ଦେଶରେ ମଙ୍କିପକ୍ସ ସଂକ୍ରମଣ ମାମଲା ଧୀରେ ଧୀରେ ବଢୁଛି I ସଂକ୍ରମଣ କୁ ରୋକିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଆଜି ସଂକ୍ରମଣରୁ ମାର୍ଗଦର୍ଶିକା ଜାରି କରାଯାଇଛି । କଣ କରିବାକୁ ହେବ କଣ କରିବେ ନାହିଁ ସେ ସମ୍ପର୍କରେ ଏଥିରେ ସମ୍ପୂର୍ଣ୍ଣ ତଥ୍ୟ ରହିଛି । ମାର୍ଗଦର୍ଶିକାରେ କୁହାଯାଇଛି ଯଦି କେହି ବ୍ୟକ୍ତି ଏହି ଭୂତାଣୁର ସଂସ୍ପର୍ଷରେ ଆସିଥିବା ଲୋକ ସହ ବାରମ୍ବାର ସମ୍ପର୍କରେ ଆସିଥାନ୍ତି ତେବେ ମଙ୍କିପକ୍ସ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ସ୍ୱାସ୍ଥ୍ୟମନ୍ତ୍ରାଳୟ ସଂକ୍ରମିତ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା ରଖିବା ପାଇଁ ପରାମର୍ଶ ଦେଇଛି । ଲୋକଙ୍କୁ ସାନିଟାଇଜର, ସାବୁନ କିମ୍ବା ପାଣିରେ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଡିସପୋଜାଲ ଗ୍ଲୋବସର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଏହା ଛଡା ଆଖପାଖର ପରିବେଶକୁ ସଫା ରଖିବାକୁ ମଧ୍ୟ କୁହାଯାଇଛି।

ଯେଉଁମାନଙ୍କର ରିପୋର୍ଟ ପଜିଟିଭ ଆସିଛି ସେମାନଙ୍କ ସାମଗ୍ରୀ ଅନ୍ୟ ମାନେ ବ୍ୟବହାର କରିବାକୁ ମନାକରାଯାଇଛି । ସଂକ୍ରମିତଙ୍କୁ ସାର୍ବଜନୀନସ୍ଥାନ, କାର୍ଯ୍ୟକ୍ରମକୁ ଯିବାକୁ ମଧ୍ୟ ବାରଣ କରାଯାଇଛି ।

Comments are closed, but trackbacks and pingbacks are open.