ପୁରୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

31

ତିନିଦିନିଆ ଓଡିଶା ଗସ୍ତରେ ଆସି ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସାନିଧ୍ୟ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ମରାମତି କାମ ଦେଖିବା ସହ ରତ୍ନ ଭଣ୍ଡାର ଖୋଲିବାକୁ ଅପିଲ୍ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସେ କହିଛନ୍ତି ଏଏସଆଇ ଏକ ଯୋଗ୍ୟ ସଂସ୍ଥା . ତେଣୁ ସୂଚାରୁ ରୂପେ ସବୁ କାମ ହେବ .ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି,ତେଣୁ ସବୁ ଠିକ୍ ହୋଇଯିବ. ଆଜି ଶଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ତ୍ରିଦିବସୀୟ ଆଲୋଚନା ଚକ୍ରରେ ଭାଗନେବେ କେନ୍ଦ୍ରମନ୍ତ୍ରୀ।

ଏହାସହ ଦୁଇଟି ଭାଷାରେ ଅନୁବାଦ ହୋଇଥିବା ଲକ୍ଷ୍ମୀପୁରାଣର ଲୋକାର୍ପଣ କରିବା ସହ ଦୁର୍ଗାଦାସପୁରରେ ଏକ ଡାକଘର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। ପରେ ଢେଙ୍କାନାଳ ଫେରି ସପ୍ତଶଯ୍ୟା ମହୋତ୍ସବରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ । ଆସନ୍ତାକାଲି ପୂର୍ବାହ୍ନରେ ଶଦାଶିଵ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଶହେ କୋଟି ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Comments are closed, but trackbacks and pingbacks are open.