ୟୁଏନ୍‌ଏଚ୍‌ଆର୍‌ସି: ଚୀନ୍ ବିରୋଧୀ ଭୋଟିଂରୁ ଭାରତ ବିରତ

40

ଜେନେଭା: ଚୀନ୍‌ର ଉଇଗର ମୁସ୍‌ଲିମ୍‌ଙ୍କ ସ୍ଥିତିକୁ ଉପରେ ଆଲୋଚନା ପାଇଁ ଆସିଥିବା ଏକ ପ୍ରସ୍ତାବ ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି)ରେ ଖାରଜ ହୋଇଯାଇଛି । ଏହି ପ୍ରସ୍ତାବ ଉପରେ ଗୁରୁବାର ଭୋଟିଂ ହୋଇଥିବା ବେଳେ ଏହାର ୪୭ ସଦସ୍ୟ ଦେଶଙ୍କ ମଧ୍ୟରୁ ୧୭ ଦେଶ ସପକ୍ଷରେ ଏବଂ ୧୯ ଦେଶ ବିପକ୍ଷରେ ଭୋଟ୍ ଦେଇଥିଲେ । ଭାରତ, ବ୍ରାଜିଲ୍‌, ମେକ୍ସିକୋ ଏବଂ ୟୁକ୍ରେନ୍ ସମେତ ୧୧ ଦେଶ ଭୋଟିଂରେ ସାମିଲ ହୋଇନଥିଲେ । ୟୁଏନ୍‌ଏଚ୍‌ଆର୍‌ସିରେ ଉଇଗର ମୁସ୍‌ଲିମ୍‌ଙ୍କ ସ୍ଥିତି ଉପରେ ଆଲୋଚନା ପାଇଁ ମାନବାଧିକାର କୋର୍ ଗ୍ରୁପ୍‌ରେ ସାମିଏ କାନାଡା, ଡେନ୍‌ମାର୍କ, ଫିନ୍‌ଲାଣ୍ଡ, ଆଇସ୍‌ଲାଣ୍ଡ୍‌, ନରୱେ, ସ୍ୱିଡେନ୍‌, ବ୍ରିଟେନ୍ ଏବଂ ଆମେରିକା ପକ୍ଷରୁ ଏହି ପ୍ରସ୍ତାବ ଆସିଥିଲା । ଅନ୍ତର୍ଜାତୀୟ ସ୍ତରରେ ଏହି କୋର୍ ଗ୍ରୁପ୍ ଉଇଗର ମୁସ୍‌ଲିମ୍‌ଙ୍କ ଉପରେ ହେଉଥିବା ଅନ୍ୟାୟ ଏବଂ ସେମାନଙ୍କ ସ୍ଥିତିକୁ ନେଇ ଲଗାତାର ସ୍ୱର ଉତ୍ତୋଳନ କରିଆସୁଛି । ସୂଚନାଯୋଗ୍ୟ, ୨୦୧୭ରୁ ଚୀନ୍ ବିରୋଧରେ ମାନବାଧିକାରର ଉଲ୍ଲଂଘନ ଏବଂ ମୁସ୍‌ଲିମ୍ କମ୍ୟୁନିଟିକୁ ଦବାଇ ରଖିବା ଅଭିଯୋଗ ୟୁଏନ୍‌ଏଚ୍‌ଆର୍‌ସିରେ ହୋଇଆସୁଛି ।

Comments are closed, but trackbacks and pingbacks are open.