ପ୍ରାର୍ଥୀଙ୍କ ପ୍ରଚାର ଲାଗି ଷ୍ଟୁଡିଓରେ ଗୀତ ରେକର୍ଡିଂ ପାଇଁ ଅସମ୍ଭାଳ ଭିଡ଼

15

ପଂଚାୟତ ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟା ରହିଲା I ପ୍ରାର୍ଥୀପତ୍ର ଦାଖଲ ସରି ଗଲାଣି I ଏ ପଟେ ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଇ ସମ୍ପୂର୍ଣ୍ଣ କାଣ୍ଟଛାଣ୍ଟ କରାଯାଇଛି I ପ୍ରତ୍ୟକ୍ଷ ପ୍ରଚାର ପରିବର୍ତ୍ତେ ଡିଜିଟାଲ ମାଧ୍ୟମରେ ପ୍ରଚାରକୁ ଅଧିକ ଗୁରୁତ୍ତ୍ଵ ଦିଆଯାଇଛି ୱି କିନ୍ତୁ ପ୍ରତିଥର ଭଳି ଏ ଥର ମଧ୍ୟ ନିର୍ବାଚନ ପ୍ରଚାର କୁ ନେଇ ଷ୍ଟୁଡିଓ ମାନଙ୍କରେ ଗୀତ ରେକର୍ଡିଂ ଜୋର ଧରିଛି । ବିଭିନ୍ନ ପ୍ରକାର ଗୀତ ମାଧ୍ୟମରେ ପ୍ରାର୍ଥୀ ପ୍ରଚାର କରିବେ ସେଥିପାଇଁ ଷ୍ଟୁଡିଓରେ ଚାଲିଛି ଗୀତ ରେକର୍ଡିଂ ।ତେଣୁ ପ୍ରାର୍ଥୀଙ୍କ ମନ ଜାଣି ରେକର୍ଡିଂ ହେଉଛି ବିଭିନ୍ନ ପ୍ରକାର ଗୀତ । ଚଳିତ ଥର କୋଭିଡ କଟକଣା ପାଇଁ ଡିଜିଟାଲ ପ୍ରଚାର କରାଯାଉଥିଲେ ମଧ୍ୟ ପ୍ରାର୍ଥୀ ଗୀତ ମାଧ୍ୟମରେ ପ୍ରଚାର କରିପାରିବେ ।

Leave A Reply

Your email address will not be published.