ସରକାରଙ୍କ ନୂଆ ଗାଇଡଲାଇନରେ ଖୋଲା ମଞ୍ଚ କୁ ମିଳିଲା ଗ୍ରୀନ୍‌ ସିଗନାଲ୍

19

ରାଜ୍ୟରେ କରୋନା ପ୍ରକୋପ କ୍ରମଶଃ କମି କମି ଯାଉଥିବାବେଳେ ଆଜି ରାଜ୍ୟ ସରକାର ଆଉ ଏକ ନୂଆ ଗାଇଡ଼ ଲାଇନ ଆଣିଛନ୍ତି । ଏହି ଗାଇଡ଼ ଲାଇନ ଅନୁସାରେ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ଆଦି ଖୋଲା ମଞ୍ଚରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସବୁଜ ସଂକେତ ମିଳିଛି I ତେବେ ସମସ୍ତ କାର୍ଯ୍ୟକ୍ରମ କୋଭିଡ୍ ଗାଇଡ଼ ଲାଇନ ଭିତରେ ପାଳନ କରାଯିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ( ଏସ୍‌ଆରସି) ପକ୍ଷରୁ କୁହାଯାଇଛି । ଏହି ନୂଆ ଗାଇଡଲାଇନ୍ ଆଜିଠାରୁ ଲାଗୁ ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି।
ଏସଆରସିଙ୍କ ସୂଚନା ଅନୁସାରେ, କାର୍ଯ୍ୟକ୍ରମରେ ଲୋକଙ୍କ ଭିଡ ଯୋଗୁଁ ଅନଲାଇନ୍‌ରେ କିମ୍ବା ଅଧିକ କାଉଣ୍ଟର କରି ଟିକେଟ୍ ବୁକିଂ କରାଯିବ । ଏହାସହ ଖୋଲା ପଡ଼ିଆରେ ଦୁଇ ହଜାର ଲୋକ ସାମାଜିକ ଦୂରତ୍ୱ ରଖି ବସିବାକୁ ଅନୁମତି ଦିଆଯାଇଛି। ଏହିସବୁ କାର୍ଯ୍ୟକ୍ରମରେ ସମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହାସହ ଇ ଇନଡୋର ହଲରେ ବସିବା କ୍ଷମତାର ୫୦%ରେ ସୀମିତ ରଖାଯାଇଛି। ଅଧିକ ଦର୍ଶକ ମନା କରାଯାଇଛି। ସେହିପରି ୫୦% ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବା ପାଇଁ ଅନୁମତି ଦିଆଯାଇଛି।

Leave A Reply

Your email address will not be published.