ରାଜ୍ୟରେ ଅସହ୍ୟ ଗୁଳୁଗୁଳି: ୪ ଜିଲ୍ଲା ପାଇଁ ପାଣିପାଗ ବିଭାଗର ସତର୍କ ସୂଚନା

97

ଭୁବନେଶ୍ୱର: ଏପ୍ରିଲ ମାସ ଆରମ୍ଭରୁ ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବା ସହ ଗରମ ଆହୁରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ କରି ଉପକୂଳ ଓଡ଼ିଶାର ୪ଟି ଜିଲ୍ଲା ପାଇଁ ସତର୍କ ସୂଚନା ବା ‘ୱାର୍ଣ୍ଣିଂ’ ଜାରି କରାଯାଇଛି। ଆସନ୍ତା ୩ ଦିନ ପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ସମେତ ୪ଟି ଜିଲ୍ଲାରେ ଭୀଷଣ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ‘ହିଟ୍ ଆଣ୍ଡ ହ୍ୟୁମିଡିଟି’ ୱାର୍ଣ୍ଣିଂ ଜାରି କରାଯାଇଛି। ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଖରା ହେଉଥିବା ବେଳେ ଉପକୂଳ ଓଡ଼ିଶାରେ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିଥିବାରୁ ଗରମ ଦୁଇଗୁଣା ଅନୁଭବ ହେଉଛି। ରାଜଧାନୀ ଭୁବନେଶ୍ୱରରେ ଆଜି ଆର୍ଦ୍ରତା ୫୩ ପ୍ରତିଶତ ରହିଥିବାରୁ ସକାଳ ୧୦ଟା ପରେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। କେବଳ ଉପକୂଳ ନୁହେଁ, ବରଂ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଛି। ମାତ୍ରାଧିକ ଆର୍ଦ୍ରତା ଯୋଗୁଁ ଝାଳ ବୋହିବା ସହ ଶରୀରରେ କ୍ଲାନ୍ତି ଅନୁଭବ ହେଉଛି।

Comments are closed, but trackbacks and pingbacks are open.