୯୩ ବର୍ଷରେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ବୃଦ୍ଧା

27

ହାଇଦ୍ରାବାଦ: ୯୩ ବର୍ଷ ବୟସରେ ପିଏଚ୍‌ଡ଼ି ଡ଼ିଗ୍ରୀ ହାସଲ କଲେ ବୃଦ୍ଧା । ଏହା ପଢିବା ପରେ ଆପଣଙ୍କୁ ଟିକେ୍ ଖଟ୍‌କା ଲାଗିପାରେ । ଆପଣ ଭାବୁଥିବେ ଏ ବୟସରେ ପୁଣି ପିଏଚଡ଼ି ଡ଼ିଗ୍ରୀ ହାସଲ । ଘଟଣାଟି ସମ୍ପୂର୍ଣ୍ଣ ସତ । ହାଇଦ୍ରାବାଦର ଜଣେ ବୃଦ୍ଧା ଏପରି କରି ଚର୍ଚ୍ଚାକୁ ଆସିଛନ୍ତି । ତାହା କେବଳ ସମ୍ଭବ ହୋଇପାରିଛି ତାଙ୍କର ଅଧ୍ୟୟନ ପ୍ରତି ଆଗ୍ରହ ଏବଂ ଡିଗ୍ରୀ ହାସଲ କରିବାର ଇଚ୍ଛା ।

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ବାସିନ୍ଦା ରେଭାଥୀ ଥାଙ୍ଗାଭେଲୁ । ସେ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୧୯୯୦ରେ ଅବସର ନେଇଥିଲେ । ହେଲେ ପାଠପଢ଼ା ଛାଡ଼ି ନ ଥିଲେ । ସେ ନିଜର ଅଧ୍ୟୟନ ଜାରି ରଖିଥିବା ବେଳେ ଇଂରାଜୀରେ ପିଏଚ୍‌ଡ଼ିି କରିବାକୁ ଇଚ୍ଛା ରଖିଥିଲେ । ଶେଷରେ ତାଙ୍କର ଇଛା ପୂରଣ କରି ଦେଖାଇଛନ୍ତିି । ୯୩ ବର୍ଷରେ ସେ ଓସମାନିଆ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି କରିଛନ୍ତି ।

ରେଭାଥୀ ଇଂରାଜୀ ବ୍ୟାକରଣ, ବର୍ଣ୍ଣମାଳା ଏବଂ ଶବ୍ଦ ଗଠନ ପରି ବିଷୟ ଉପରେ ଗବେଷଣା କରିଛନ୍ତି । ସଫଳତାର ସହିତ ପିଏଚ୍‌ଡି ସମାପ୍ତ କରିଛନ୍ତି । ମଙ୍ଗଳବାର ଓସମାନିଆ ବିଶ୍ୱବିଦ୍ୟାଳୟରେ ୮୩ତମ ସ୍ନାତକୋତ୍ତର ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ରେଭାଥୀଙ୍କୁ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି । ତେବେ ଓସମାନିଆ ବିଶ୍ୱବିଦ୍ୟାଳୟର ୮୩ତମ ସମାରୋହରେ ୧୦୨୪ଜଣଙ୍କୁ ପିଏଚ୍‌ଡି ଡିଗ୍ରୀ ପ୍ରଦାନ କରାଯାଇଥିଲା ।

Comments are closed, but trackbacks and pingbacks are open.