ଉଲକା ପିଣ୍ଡ ଆବିଷ୍କାର କଲେ ଓଡ଼ିଆ ଝିଅ ବନିତା

36

ନବରଙ୍ଗପୁର ଜିଲ୍ଲା ଗାଦବାଗୁଡା ସାହିର ବନିତା ଦାସ ଉଲକା ପିଣ୍ଡ ଆବିଷ୍କାର କଲେ,ଏହି ଉଲାକାପିଣ୍ଡର ନାମକରଣ ତାଙ୍କ ନାମ ଅନୁସାରେ କରାଯିବ। ନବରଙ୍ଗପୁର ସହର ଗାଦବାଗୁଡା ସାହିର ବନବିହାରୀ ଦାସମହାପାତ୍ର ଓ ତୃପ୍ତିରାଣୀ ଦାସମହାପାତ୍ରଙ୍କ ବଡ଼ଝିଅ ବନିତା ପିଲା ବେଳୁ ମହାକାଶ ବୈଜ୍ଞାନିକ ହେବାକୁ ଆଶା ରଖିଥିଲେ l ଓଡ଼ିଶାର ଏକମାତ୍ର ଛାତ୍ରୀ ଓ ପ୍ରଥମ ଓଡ଼ିଆ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି l ସେ ମହାକାଶରେ ଥିବା ଏକ ଉଲାକା ପିଣ୍ଡକୁ ଆବିଷ୍କାର କରି ନବରଙ୍ଗପୁର ଜିଲ୍ଲାକୁ ସାରାଦେଶରେ ପରିଚୟ ଦେବାରେ ସକ୍ଷମ ହୋଇପାରିଛନ୍ତି l ଏଥିପାଇଁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ବେଶ୍‌ ପ୍ରଶଂସିତ ହୋଇଛନ୍ତି ବନିତା।

ବାପା ବନବିହାରୀ ଦାସ ନବୋଦୟ ବିଦ୍ୟାଳୟରେ ଚାକିରୀ କରିଛନ୍ତି। ତେଣୁ ତାଙ୍କ ସଙ୍ଗେ ବନିତା ମଧ୍ୟ ବିଭିନ୍ନ ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି I ବନୀତା ଏବେ ମଧ୍ୟପ୍ରଦେଶସ୍ଥିତ ଅନୁପୁରର ଜବାହାର ନବୋଦୟ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଅଧ୍ୟୟନରତ l ଏହା ପୂର୍ବରୁ ସେ ମାଲକାନଗିରିର ଜବାହାର ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ l ବିଦ୍ୟାଳୟ ସ୍ତରରେ ପିଲାଙ୍କ ଉଲ୍‍କାପିଣ୍ଡ ସନ୍ଧାନ କାର୍ଯ୍ୟକ୍ରମରେ ନବୋଦୟ ବିଦ୍ୟାଳୟ ପକ୍ଷରୁ ଭାଗ ନେଇ ଆନ୍ତର୍ଜାତିକସ୍ତରରେ ସେ ସଫଳତା ହାସଲ କରିଛନ୍ତି l

ବନିତା ଅନେକ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସଫଳ ପାଇଛନ୍ତି l ୨୦୧୯ ମସିହାରେ ସେ ଜାତୀୟ ବିଜ୍ଞାନ ପ୍ରଦର୍ଶନୀ ପାଇଁ ମନୋନୀତ ହୋଇ ଦିଲ୍ଲୀଠାରେ ତାଙ୍କର ବାୟୋ ପ୍ଲାଷ୍ଟିକ ପ୍ରକଳ୍ପକୁ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ l ସେହିଭଳି ୨୦୨୦ ମସିହାରେ ଭାରତସରକାରଙ୍କ ବିଜ୍ଞାନଓପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ୱାରା ଆୟୋଜିତ ଇନସ୍ପାୟାରମାନକ ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ l ଚଳିତବର୍ଷ ସର୍ବ ଭାରତୀୟ ସ୍ୱଚ୍ଛତା ସାରଥୀ ଫିଲୋସପି ପାଇଁ ମନୋନୀତ ହୋଇଛନ୍ତି l ଅନ୍ୟପଟେ ସେ ଓଡ଼ିଶାର ପରମ୍ପରିକ ଲୋକକଳା ପଟ୍ଟଚିତ୍ର ଆଙ୍କିବାରେ ସିଦ୍ଧହସ୍ତ ।

Leave A Reply

Your email address will not be published.