ଭାରତ ର ସହାୟତା ଲୋଡ଼ିଲା ୟୁକ୍ରେନ

22

ଋଷ – ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଛି ଭୟଙ୍କର ଲଢେଇ । ରୁଷ ର ପ୍ରଚଣ୍ଡ ଆକ୍ରମଣ ଫଳରେ ଥର ହର ହେଲାଣି ୟୁକ୍ରେନ I ଏହାର ପାଲଟା ଜବାବରେ ୟୁକ୍ରେନ ମଧ୍ୟ ରୁଷ ୬ ଟି ଲଢୁଆ ବିମାନ ସହିତ ୧ ହେଲିକପ୍ଟର କୁ ଗୁଳି କରି ଖସାଇ ଦେଇଛି I ତେବେ ରାଜଧାନୀ କିଭ୍ ରେ କ୍ରୁଜ ଓ ବାଲିଷ୍ଟିକ କ୍ଷପଣାସ୍ତ୍ର ମାଡ଼ କରି ଚାଲିଛି ଋଷ । ଏହାରି ଭିତରେ ମୋଦିଙ୍କ ସହାୟତା ଲୋଡିଛନ୍ତି ଭାରତରେ ଥିବା ୟୁକ୍ରେନର ରାଷ୍ଟ୍ରଦୂତ ଡଃ ଆଇଗର ପୋଲିଖା । ସେ କହିଛନ୍ତି ସାଂପ୍ରତିକ ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଋଷ ସହ ଭାରତର ସଂପର୍କ ଭଲ । ଏଭଳି ସ୍ଥିତିରେ ପୁଟିନଙ୍କ ସହ ମୋଦିଙ୍କ ଆଲୋଚନା ଫଳପ୍ରଦ ରହିବ । ମାମଲାରେ ମୋଦି ହସ୍ତକ୍ଷେପ କରି ପୁଟିନଙ୍କ ସହ ଆଲୋଚନା କରିବାକୁ ଅପିଲ କରିଛନ୍ତି ଆଇଗର ପୋଲିଖା । ପରିସ୍ଥିତି କେତେବେଳେ ବି ପରିବର୍ତ୍ତନ ହୋଇପାରେ । ସେଥିପାଇଁ ଯଥାଶ୍ରୀଘ୍ର ହସ୍ତକ୍ଷେପ ଲୋଡିଲା ୟୁକ୍ରେନ । ସୈନ୍ୟ ସହାୟତା ନୁହେଁ କଥାବାର୍ତ୍ତା ଓ ଆଲୋଚନା ପାଇଁ ନିବେଦନ କରିଛନ୍ତି । ଯୁଦ୍ଧ ରୋକିବାକୁ ଅପିଲ୍ କରିଛନ୍ତି ୟୁକ୍ରେନ ରାଷ୍ଟ୍ରଦୂତ ଆଇଗୋର ପୋଲିଖା । ଖାଲି ୟୁକ୍ରେନ ପାଇଁ ନୁହେଁ ୟୁକ୍ରେନରେ ରହୁଥିବା ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି । ୟୁକ୍ରେନ୍ ପରିସ୍ଥିତି ଚିନ୍ତାଜନକ ରହିଛି, ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଭାରତୀୟମାନଙ୍କୁ ଘରେ ରହିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି । ଯେଉଁଠି ଅଛ ସେଠି ସୁରକ୍ଷିତ ଓ ଶାନ୍ତ ଭାବେ ରହିବାକୁ କୁହାଯାଇଛି । ହଷ୍ଟେଲ, ଘର, ଅସ୍ଥାୟୀ ଶିବିର ଯିିଏ ଯେଉଁଠି ଅଛ ସୁରକ୍ଷିତ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ସେ କହିଛନ୍ତି । ମୋଦି ଦୁନିଆର ସବୁଠାରୁ ଶକ୍ତିଶାଳୀ ତଥା ସମ୍ମାନିତ ନେତାଙ୍କ ମଧ୍ୟରୁ ଜଣେ । ତେଣୁ ଭାରତକୁ ସହାୟତା କରିବାକୁ ଆଗକୁ ଆସିବା ଦରକାର ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.