ଋଷର କ୍ଷେପଣାସ୍ତ୍ର ଏବଂ ଟ୍ୟାଙ୍କ ମାଡ଼ରେ ୟୁକ୍ରେନ ଧ୍ୱସ୍ତ: ୟୁକ୍ରେନର ୧୩୬ ଜଣଙ୍କ ମୃତ୍ୟୁ, ୩୧୬ ଜଣ ଆହତ

22

Russia-Ukraine War: ଋଷର ସେନା ୟୁକ୍ରେନର ଅନେକ ସହରରେ କ୍ଷେପଣାସ୍ତ୍ର ମାଡ଼ କରିଛି । ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏହା ବଡ଼ ବଡ ଆକ୍ରମଣ । ଯୁଦ୍ଧର ପ୍ରଥମ ଦିନ ଗୁରୁବାର ଦିନ, ୟୁକ୍ରେନ ସୈନ୍ୟମାନେ ରୁଷର ଆକ୍ରମଣକାରୀଙ୍କ ସହ ଲଢ଼େଉ ମଧ୍ୟ କରିଛନ୍ତି । ରୁଷର ସମସ୍ତ ସେନା ଏକଜୁଟ ହୋଇ ୟୁକ୍ରେନ୍‍ ଉପରେ ଆକ୍ରମଣ କରୁଛନ୍ତି । ୟୁକ୍ରେନରୁ ଆସୁଥିବା ଭୟଙ୍କର ଚିତ୍ରରୁ ଏହା ସ୍ପଷ୍ଟ ହେଉଛି ଯେ ୟୁକ୍ରେନବାସୀଙ୍କ ଜୀବନ କିପରି ନଷ୍ଟ ହେବାକୁ ଲାଗିଛି, ଲୋକମାନେ ଭୟଭୀତ ଅବସ୍ଥାରେ ଦୌଡୁଥିବାର ମଧ୍ୟ ନଜର ଆସୁଛନ୍ତି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶରେ ରୁଷ ଏହାର ଦକ୍ଷିଣ ପଡୋଶୀ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିଛି ।
ଏକ ରିପୋର୍ଟ ଅନୁଯାୟୀ, ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି ଯୁଦ୍ଧର ପ୍ରଥମ ଦିନରେ ୧୩୭ ଜଣଙ୍କର ମୃତ୍ୟୁ ଘଟିଛି । ରାଷ୍ଟ୍ରପତି ଜେଲେନସ୍କି ଟ୍ୱିଟରରେ କହିଛନ୍ତି ଯେ ରୁଷ ଭୁଲ ବାଟରେ ଯାଉଛି । କିନ୍ତୁ ୟୁକ୍ରେନ ନିଜକୁ ରକ୍ଷା କରୁଛି । ୟୁକ୍ରେନ୍‍ ତାର ସ୍ୱାଧୀନତା ଛାଡିବ ନାହିଁ । ୧୦ ଜଣ ସାମରିକ ଅଧିକାରୀଙ୍କ ସମେତ ୧୩୭ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୧୬ ଜଣ ଆହତ ହୋଇଛନ୍ତି।


ଘଟଣାକୁ ନେଇ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ୟୁକ୍ରେନ ଆକ୍ରମଣର ପ୍ରଥମ ଦିନରେ ସମସ୍ତ ଲକ୍ଷ୍ୟ ହାସଲ କରାଯାଇଛି। ଏଥି ସହିତ, ରୁଷ ୟୁକ୍ରେନରେ ସ୍ଥଳଭାଗରେ ଥିବା ୮୩ ଟି ସ୍ଥଳଭାଗକୁ ଟାର୍ଗେଟ କରି ଧ୍ୱଂସ କରିଦେଇଛି। ୟୁକ୍ରେନ ପୋଲିସ କହିଛି ଯୁଦ୍ଧ ଆରମ୍ଭରୁ ରୁଷ ୨୦୩ ଟି ଆକ୍ରମଣ କରିଛି ।

Comments are closed, but trackbacks and pingbacks are open.