ଭୁବନେଶ୍ବର: ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଶେଷରେ କଂଗ୍ରେସରୁ ନିଲମ୍ବନ ହୋଇଛନ୍ତି ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ। ଆଜି ଏ ନେଇ ଅଖିଳ ଭାରତ ଛାତ୍ର କଂଗ୍ରେସ ସଭାପତି ବରୁଣ ଚୌଧୁରୀ ତାଙ୍କୁ ଛାତ୍ର କଂଗ୍ରେସରୁ ନିଲମ୍ବିତ କରିଛନ୍ତି। ଏହି ନୋଟିସରେ ସେ ଉଲ୍ଲେଖ କରିଛନ୍ତି ଯେ, ଉଡିତଙ୍କ ବିରୋଧରେ ତଦନ୍ତ ଚାଲିଥିବାରୁ ତାଙ୍କୁ ସଭାପତି ପଦରୁ ନିଲମ୍ବିତ କରାଯାଇଛି। ସେହିପରି ଏଥିରେ କୁହାଯାଇଛି ଯେ, ଛାତ୍ର କଂଗ୍ରେସ ସବୁବେଳେ ମହିଳା ସୁରକ୍ଷା ଉପରେ ଜିରୋ ଟଲେରାନ୍ସକୁ ବିଶ୍ବସ କରେ। ପୂର୍ବରୁ ବାଲେଶ୍ବର ଛାତ୍ରୀ ମୃତ୍ୟୁ ନେଇ ଛାତ୍ର କଂଗ୍ରେସ ଯେଉଁ ଆନ୍ଦୋଳନ କରିଆସୁଛି ତାହା ବଜାଇ ରହିବ। ଗତକାଲି ରାତିରେ ଓଡିଶା ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ ଏକ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି। ସେ ଜଣେ ଛାତ୍ରୀଙ୍କୁ ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଇ ଦୁଷ୍କର୍ମ କରିଛନ୍ତି। ଏ ନେଇ ପିଡିତା ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିବା ପରେ ଗତକାଲି ରାତିରେ ପୋଲିସ ଉଦିତଙ୍କୁ ଗିରଫ କରିଛି।
Comments are closed, but trackbacks and pingbacks are open.