ଭୁବନେଶ୍ବର: ଅଡୁଆରେ ପଡିଯାଇଛି ପ୍ରଦେଶ କଂଗ୍ରେସ। ଛାତ୍ର କଂଗ୍ରେସ ସଭାପତି ଥିବା ଉଦିତ ପ୍ରଧାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଏବଂ ଗିରଫ ପରେ ଏହି ଅଡୁଆ ସୃଷ୍ଟି ହୋଇଛି। ଫଳରେ ଛାତ୍ରୀ ନିର୍ଯ୍ୟାତନା ପାଇଁ ଲଢେଇ କରୁଥିବା କଂଗ୍ରେସ ବର୍ତ୍ତମାନ ଦ୍ବନ୍ଦରେ ପଡିଯାଇଛି। ତେବେ ଏହି ଘଟଣା କେତେ ସତ କେତେ ମିଛ ତା ଉପରେ ଅନୁଧ୍ୟାନ କରିବା ପାଇଁ କଂଗ୍ରେସ ଗଠନ କରିଛି ଏକ ଅନୁଧ୍ୟାନ କମିଟ। ଏଥିରେ ଯେଉଁମାନେ ଅଛନ୍ତି ସେମାନେ ହେଲେ:-ସସ୍ମିତା ବେହେରା- ଅଧ୍ୟକ୍ଷା, ସୋଫିଆ ଫିର୍ଦ୍ଦୋଶ- ସଦସ୍ୟା, ଡ ଦେବସ୍ମିତା ଶର୍ମା- ସଦସ୍ୟା, ସୋନାଲୀ ସାହୁ- ସଦସ୍ୟା, ଜୟଶ୍ରୀ ପାତ୍ର- ସଦସ୍ୟା, ଡ ମନୀଶା ଦାସ ପଟ୍ଟନାୟକ- ସଦସ୍ୟା। ଏହି କମିଟ ପିଡିତାଙ୍କ ସହିତ ସାକ୍ଷାତ କରି ଘଟଣା ସଂପର୍କରେ ଅନୁଧ୍ୟାନ କରିବ। ଏହାପରେ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ଏକ ରିପୋର୍ଟ ପ୍ରଦାନ କରିବ।
Comments are closed, but trackbacks and pingbacks are open.