ଉଦିତଙ୍କୁ ନିସର୍ତ୍ତ ଜାମିନଝାରପଡ଼ା ଜେଲରୁ ବାହାରିଲେ

1,342

ଭୁବନେଶ୍ୱର, ତା ୧୯.୯.୨୫ :- ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଶୁକ୍ରବାର ଝାରପଡା ଜେଲରୁ ଜାମିନରେ ମୁକୁଳିଛନ୍ତି। ଜେଲରୁ ବାହାରିବା ସମୟରେ ବହୁ ଛାତ୍ର ନେତା ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିବା ସହ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ୱର ସହର ପରିକ୍ରମା କରାଇଥିଲେ। ସୂଚନାଯୋଗ୍ଯ, ବାଲେଶ୍ବର ସୌମ୍ୟାଶ୍ରୀଙ୍କ ଆତ୍ମଦାହ ମାମଲା ସମେତ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ରାଜ୍ୟସାରା ଛାତ୍ର କଂଗ୍ରେସ ଆନ୍ଦୋଳନ ତୀବ୍ରତର ହେଲା। ତେଣୁ ଆନ୍ଦୋଳନକୁ ଚାପିବାକୁ ବିଜେପି ସରକାର ଷଡ଼ଯନ୍ତ୍ର କରି ମିଛ କେସରେ ଉଦିତ ପ୍ରଧାନଙ୍କୁ ଫସାଇ ଜେଲ ପଠାଇଥିଲା। ସୌମ୍ୟାଶ୍ରୀ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଯୋଜନାବଦ୍ଧ ଭାବେ ଉଦିତଙ୍କୁ ମିଛ ମାମଲାରେ ଉଠାଇନିଆଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ୪ ମାସର ପୁରୁଣା ଏକ କପୋଳକଳ୍ପିତ ଦୁଷ୍କର୍ମ ମାମଲା ରୁଜୁ ହେବାର କିଛି ଘଣ୍ଟା ଭିତରେ ତାଙ୍କୁ ଗିରଫ କରିଥିଲା ପୁଲିସ। ତାଙ୍କ ବିରୋଧରେ କିଛି ପ୍ରମାଣ ନାହିଁ, ତେଣୁ ତାଙ୍କୁ ନିସର୍ତ୍ତ ମୂଳକ ଜାମିନ ମିଳିଥିବା ଆଇନଜୀବୀମାନେ କହିଛନ୍ତି। ‘ଦଳରୁ ନିଲମ୍ବନ ପ୍ରତ୍ୟାହାର ହେବା ପରେ ମୁଁ କଂଗ୍ରେସ କାର୍ଯ୍ୟାଳୟକୁ ଯିବି, କାର୍ଯ୍ୟ କରିବି’ ବୋଲି ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଶ୍ରୀ ପ୍ରଧାନ। ସେ ଆହୁରି କହିଛନ୍ତି ପୁଲିସର ଦାୟିତ୍ୱ ଥିଲା ତଦନ୍ତ କରିବା । ରେଜିଷ୍ଟର ଚେକ କରାଯାଇନାହିଁ କିମ୍ବା କଲ୍ ସିଡ଼ିଆର ରିପୋର୍ଟ ମଧ୍ୟ କୋର୍ଟରେ ଦାଖଲ କରାଯାଇନାହିଁ । ଚାରିମାସ ତଳର ଘଟଣା ଯଦି ସିସିଟିଭି ଚେକ କରିଛନ୍ତି କି ବୋଲି ପ୍ରଶ୍ନ କରିବା ସାଙ୍ଗକୁ ବିଜେପି ସରକାର ବଳାତ୍କାରୀ ବୋଲି କହିଛନ୍ତି ଉଦିତ । ନିଜ ଚରିତ୍ରକୁ ଲୁଚେଇବାକୁ ଜଣେ ଭଉଣୀଙ୍କୁ ସେମାନେ ମୋହରା କରି ବ୍ୟବହାର କରିଛନ୍ତି । ବିଜେପି ଚକ୍ରାନ୍ତ କରି ମୋତେ ଫସେଇଛି । ସୌମ୍ୟଶ୍ରୀ ଘଟଣାରେ କଂଗ୍ରେସର ଆନ୍ଦୋଳନ ପାଇଁ ବଦନାମ କରିବାକୁ ଚକ୍ରାନ୍ତ କରିଥିଲା ବିଜେପି । ଦଳ ଯେଉଁ ନିଷ୍ପତ୍ତି ନେଇ କାର୍ଯ୍ୟାନୁଷ୍ଠାନ ନେଇଥିଲା ସେ ସମୟରେ ତାହା ଠିକ ଥିଲା । ଝାଳ ରକ୍ତ ଦେଇଛୁ ଦଳ ପାଇଁ, ଆଗାମୀ ଦିନରେ ଦଳରେ ପୁଣି ଯୋଗ ଦେଇ କାମ କରିବି ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.