ଆମେରିକାର ଧମକ କୁ ଫୁ ..ଏକାସାଙ୍ଗରେ ଆଠଟି କ୍ଷେପଣାସ୍ତ୍ର ପରୀକ୍ଷଣ କଲା ଉ.କୋରିଆ
ଆମେରିକାର ଫଁ କୁ ଉତ୍ତର କୋରିଆ ର ତାନାଶାହ ଶାସକ କିମ ଜୋନଉନ ଙ୍କ ଫୁ…I ରବିବାର ଦିନ ଏକାସାଙ୍ଗରେ ସମୁଦ୍ର ଆଡକୁ ଆଠଟି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଉତ୍ତର କୋରିଆର ସେନା ଏହି ସୂଚନା ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ଏଏଫ୍ପି ଏନେଇ ସୂଚନା ଦେଇଛି। ଆମେରିକାର ଜଣେ ବରିଷ୍ଠ ଦୂତ ଦକ୍ଷିଣ କୋରିଆର ସିଓଲ ଛାଡିବାର ଗୋଟିଏ ଦିନ ପରେ ଏହି ପରୀକ୍ଷଣ କରାଯାଇଛି। ସେହିପରି ଦକ୍ଷିଣ କୋରିଆର ଯୁଗ୍ମ ମୁଖ୍ୟ କହିଛନ୍ତି ଯେ ଦକ୍ଷିଣ କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗ ଠାରୁ ଅଳ୍ପ ଦୂର ସୁନାନ ଅଞ୍ଚଳରୁ ୩୫ ମିନିଟରୁ ଅଧିକ ସମୟ ମଧ୍ୟରେ ଗୋଟିଏ ପରେ ଗୋଟିଏ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା ଉତ୍ତର କୋରିଆ । ତେବେ ମିଶଇଳ ଗୁଡିକ କେତେଦୂର ପର୍ଯ୍ୟନ୍ତ ପଡିଥିଲା ତାହା ଦକ୍ଷିଣ କୋରିଆ ସ୍ପଷ୍ଟ କରି ନ ଥିଲେ ସୁଦ୍ଧା ଏହି ସବୁ ମିଶାଇଲ ଗୁଡିକର କ୍ଷମତା ୧୧୦ରୁ ୬୭୦ କିଲୋମିଟର ମଧ୍ୟରେ ରହିଛି ।
ଦକ୍ଷିଣ କୋରିଆ ରାଷ୍ଟ୍ରପତି ଇଉନ୍ ସୁକ୍ ୟୋଲଙ୍କ କାର୍ଯ୍ୟାଳୟ ତରଫରୁ ପ୍ରକାଶ ପାଇଛି ଯେ ତାଙ୍କର ଜାତୀୟ ସୁରକ୍ଷା ପରାମର୍ଶଦାତା କିମ ସୁଙ୍ଗ-ହାନ ଜାତୀୟ ସୁରକ୍ଷା ପରିଷଦର ଏକ ବୈଠକ ଡକାଇ ଏହି ପରୀକ୍ଷା ଉପରେ ଆଲୋଚନା କରିବେ। ଜାପାନର ଫୌଦା ସମାଚାର ଏଜେନ୍ସି ଏକ ସରକାରୀ ସୂତ୍ର ଅନୁସାରେ ଉତ୍ତର କୋରିଆ ଏକାଧିକ ମିସାଇଲ୍ ପରୀକ୍ଷଣ କରିଛି। କିମ୍ ସପ୍ତାହକ ଭିତରେ ଅନ୍ତରମହାଦୀପିୟ ବାଲିଷ୍ଟିକ୍ ମିସାଇଲ୍ ସହିତ ଆଉ କେତେକ ମିସାଇଲ୍ର ମଧ୍ୟ ପରୀକ୍ଷଣ କରିଛନ୍ତି।
ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ସଙ୍ଗ କିମ ଶୁକ୍ରବାର ଦିନ ସିଓଲରେ ଦକ୍ଷିଣ କୋରିଆ ଏବଂ ଜାପାନର ପ୍ରତିପକ୍ଷଙ୍କୁ ଭେଟିଛନ୍ତି। ଉତ୍ତର କୋରିଆ ୨୦୧୭ ପରଠାରୁ ପ୍ରଥମ ଥର ପାଇଁ ଆଣବିକ ପରୀକ୍ଷଣ କରିବାକୁ ପ୍ରସ୍ତୁତ ହେଉଛି। ଉତ୍ତର କୋରିଆ ସରକାର ଏକ ସନ୍ଦିଗ୍ଧ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମଧ୍ୟ ଉତକ୍ଷେପଣ କରିଛି। ଉତ୍ତର କୋରିଆ ଅନ୍ୟୂନ ୬ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି ବୋଲି ଜାପାନୀ ପ୍ରତିରକ୍ଷା ମନ୍ତ୍ରୀ ନୋବୁଓ କିଶି କହିଛନ୍ତି। ଏଥର ଖୁବ୍ ସ୍ୱଳ୍ପ ସମୟ ଭିତରେ ଅନ୍ୟୂନ ୩ଟି ସ୍ଥାନରୁ ବହୁ ସଂଖ୍ୟକ ଉତ୍କ୍ଷେପଣ ହୋଇଛି ବୋଲି ସେ କହିଛନ୍ତି।ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ପରୀକ୍ଷା ବିଷୟରେ ସୂଚନା ସଂଗ୍ରହ କରିବା ଏବଂ ବିମାନ ଓ ଜାହାଜର ନିରାପତ୍ତା ସୁନିଶ୍ଚିତ କରିବାକୁ ସର୍ବାଧିକ ଉଦ୍ୟମ କରିବାକୁ କହିଛନ୍ତି। ତେବେ କ୍ଷୟକ୍ଷତିର ତୁରନ୍ତ ଖବର ଆସିନାହିଁ।
Comments are closed, but trackbacks and pingbacks are open.