ଶୋପିୟାଁରେ ଗୁଳିବିନିମୟ ,ଦୁଇ ଯବାନ ଶହୀଦ୍‍ ଜଣେ ଆତଙ୍କୀ ସଫା

16

ଦକ୍ଷିଣ କାଶ୍ମୀର ଶୋପିୟାଁରେ ଶନିବାର ସକାଳେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଏନକାଉଣ୍ଟରଟି ସୋପିଆନ ଜେନପୋରାର ଚେରମାର୍ଗରେ ହୋଇଥିଲା I ଗୁଳିବିନିମୟରେ ଦୁଇ ଜଣ ଯବାନ ଶହୀଦ ହେବା ସହିତ ଜଣେ ଆତଙ୍କବାଦୀ ର ମୃତ୍ୟୁ ହୋଇଛି ବୋଲି ଖବର ମିଳିଛି। ଏବେ ମଧ୍ୟ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି।
ସୂଚନା ଯୋଗ୍ୟ ; ଆଜି ସକାଳେ ଦକ୍ଷିଣ କାଶ୍ମୀର ଶୋପିୟାଁରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟମ ହୋଇଥିଲା। କାଶ୍ମୀରର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ,ଶୋପିୟାଁର ଜୈନାପୋରା ଅଞ୍ଚଳ ଚେରମାର୍ଗରେ ଗୁଳିବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା। ଯବାନଙ୍କ ଦ୍ୱାରା ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଥିଲା । ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚି ଥିବା ନେଇ ପୁଲିସ,ସୈନା,ସିଆରପିଏଫର ଏକ ଟିମ ସୂଚନା ପାଇଥିଲେ। ଏହାପରେ ତଲାସି ଅଭିଯାନ ଆରମ୍ଭ କରିଥିଲେ। ଏହି ଅଞ୍ଚଳରେ ସୁରକ୍ଷାକର୍ମୀ ପ୍ରବେଶ କରିବା ମାତ୍ରେ ଆତଙ୍କବାଦୀ ଗୁଳି ଚାଳନା ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିଚାଳନାରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା। ତେଣୁ ଯବାନଙ୍କ ପକ୍ଷରୁ ସର୍ଚ୍ଚଅପରେସନକୁ ଜୋରଦାର କରାଯାଇଛି। ହେଲେ ଏବେ ସୁଦ୍ଧା ଲୁଚି ରହିଥିବା ଆତଙ୍କବାଦୀଙ୍କ ପତ୍ତା ମିଳିନାହିଁ।

Comments are closed, but trackbacks and pingbacks are open.