ବାହା ହେବେ ଆଉ ଦୁଇ ଜିଲ୍ଲାପାଳ

20

ପୁରୀ ଓ ରାୟଗଡ଼ା ଜିଲ୍ଲାପାଳଙ୍କ ମଧ୍ୟରେ ବିବାହ । ବଲାଙ୍ଗୀର ଜିଲ୍ଲାପାଳଙ୍କ ପତ୍ନୀ କରିବେ ଦ୍ୱିତୀୟ ବିବାହ । ସ୍ୱଧାଙ୍କ ହାତ ଧରିବେ ସମର୍ଥ । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା ଥମି ନଥିବା ବେଳେ ରାଜ୍ୟର ଆଉ ଦୁଇ ଜଣ ଜିଲ୍ଲାପାଳ ବିବାହ କରିବାକୁ ଯାଉଛନ୍ତି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂହ ଚଳିତ ମାସରେ ବାରଣାସୀଠାରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଏହା ସମର୍ଥ ଏବଂ ସ୍ୱଧାଙ୍କର ଦ୍ୱିତୀୟ ବିବାହ ହେବ ।

ସମର୍ଥ ପୂର୍ବରୁ ଭାରତୀୟ ରେଳବାଇ ଅଧିକାରୀ ସୂଚୀ ସିଂହଙ୍କୁ ବିବାହ କରିଥିବା ବେଳେ ସ୍ୱଧା ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ପ୍ରଥମ ପତ୍ନୀ ଥିଲେ । କିନ୍ତୁ ଉଭୟ ଯୋଡ଼ିଙ୍କ ବିବାହ ବିଚ୍ଛେଦ ହୋଇଥିଲା । ସମର୍ଥ ସମ୍ବଲପୁର ଜିଲ୍ଲାପାଳ ଥିବାବେଳେ ପତ୍ନୀ ସୂଚୀଙ୍କ ସହ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା ଓ ଉଭୟ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ବିଚ୍ଛେଦ ପରେ ସୂଚୀ ଝାଡ଼ଖଣ୍ଡର ଜଣେ ଆଇଏଏସ୍ ଅଧିକାରୀଙ୍କୁ ବିବାହ କରିଥିଲେ । ସେହିପରି ଚଞ୍ଚଳ ନିକଟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ବିବାହ କରିଛନ୍ତି । ୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସମର୍ଥ ପୁରୀ ଜିଲ୍ଲାପାଳ ହେବା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ବିଏମ୍‌ସି କମିସନର, ସମ୍ବଲପୁର ଜିଲ୍ଲାପାଳ ଓ ରାୟଗଡ଼ାର ପିଡି ଡିଆର୍ଡିଏ ଭାବେ କାର୍ଯ୍ୟ କରିଥିଲେ ।

ସେହିପରି ସ୍ୱଧାଦେବ ସିଂହ ରାୟଗଡ଼ା ଆସିବା ପୂର୍ବରୁ ନୂଆପଡ଼ା ଜିଲ୍ଲାପାଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱରେ ଥିଲେ । ନିକଟରେ ଦୁଇ ଜିଲ୍ଲାପାଳଙ୍କ ବିବାହକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ଏହି ଦୁଇ ଜଣଙ୍କ ବିବାହକୁ ନେଇ ବେଶ ଚର୍ଚ୍ଚା ।

Comments are closed, but trackbacks and pingbacks are open.