ଓଡ଼ିଶାର ୨ ସହିଦଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ

34

ଓଡ଼ିଶାର ୨ ବୀର ସହିଦଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ୨ ବୀର ସହିଦ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର ଟୁଡୁଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସହିଦ ଦେବାଶିଷଙ୍କ ବାପା ସନାତନ ସେଠୀ ଓ ମା’ ଛାଇ ସେଠୀ ଏହି ସମ୍ମାନ ଗ୍ରହଣ କରିଛନ୍ତି।ସେହିପରି ସୁଧୀରଙ୍କ ମା’ ଜଉନା ଟୁଡ଼ୁ ଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି।

ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଦୁଇ ଜଣ ବୀର ଓଡ଼ିଆଙ୍କୁ ଏହି ସମ୍ମାନ ମିଳିଛି। କଳାହାଣ୍ଡିରେ ନକ୍ସଲ ବିରୋଧୀ ଅପରେସନରେ ଅସୀମ ବୀରତ୍ୱ, ନିଷ୍ଠା ଓ ସାହାସିକତା ଦେଖାଇ ଦେଶ ପାଇଁ ପ୍ରାଣ ଉତ୍ସର୍ଗ କରିଥିଲେ ଏହି ଦୁଇ ଏସ୍‌ଓଜି ଯବାନ। ସାହସିକତା ଓ ବୀରତ୍ୱ ପାଇଁ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ ବାଘଡା ପଞ୍ଚାୟତ ସାନଭଦୁଆ ଗ୍ରାମର ଏସଓଜି କମାଣ୍ଡୋ ସହିଦ ସୁଧୀର ଟୁଡୁ ଙ୍କ ଘର ହୋଇଥିବା ବେଳେ , ଅନୁଗୋଳ ଜିଲ୍ଲା ଅଙ୍ଗପଡ଼ା ଗାଁର ଦେବାଶିଷ ସେଠୀ ୨୦୧୩ ମସିହାରେ ଓଡ଼ିଶା ପୁଲିସ୍‌ରେ କନଷ୍ଟେବଲ ଭାବେ ଯୋଗ ଦେଇଥିଲେ। ୨୦୧୬ରେ ତାଙ୍କୁ ସ୍ପେଶାଲ୍ ଅପରେସନ୍ ଗ୍ରୁପ୍‌ (ଏସ୍‌ଓଜି)ରେ ନିଯୁକ୍ତି ମିଳିଥିଲା। ଉଭୟ ଙ୍କୁ ୨୦୧୮ରେ ତାଙ୍କୁ ଏସ୍‌ଓଜିରେ ସାମିଲ କରାଯାଇଥିଲା।

Comments are closed, but trackbacks and pingbacks are open.