ଦୁଇ ମାଲବାହୀ ରେଳ ଧକ୍କା,୧୩ ବଗି ଲାଇନ୍ଚ୍ୟୁତ

1,036

ପଶ୍ଚିମବଙ୍ଗ : ପିଛା ଛାଡ଼ୁନି ରେଳ ଦୁର୍ଘଟଣା I ପୁଣି ଦୁଇ ମାଲବାହୀ ଗାଡି ମଧ୍ୟରେ ହୋଇଛି ଧକ୍କା I ଫଳରେ ୧୩ ବଗି ଲାଇନ୍ଚ୍ୟୁତ ହୋଇ ଖଡ଼ଗପୁର-ବଙ୍କୁରା-ଆଦ୍ରା ଲାଇନରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହେବା ସହିତ ପ୍ଲାଟଫର୍ମ ଓ ସିଗ୍ନାଲ ରୁମ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ପଶ୍ଚିମବଙ୍ଗର ବାଙ୍କୁଡ଼ା ନିକଟରେ I ଆଜି ଭୋର ୪ଟା ସମୟରେ ଆଣ୍ଟୋ ଷ୍ଟେସନ ନିକଟରେ ଘଟିଛି ଏହି ଟ୍ରେନ ଦୁର୍ଘଟଣା। ଦୁର୍ଘଟଣାରେ ଗୋଟିଏ ଟ୍ରେନର ଲୋକ ପାଇଲଟ୍ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ତେବେ ୨ଟି ଯାକ ଟ୍ରେନ ଖାଲି ଥିବାରୁ ଧାନ ଜୀବନ ହାନୀ ହୋଇନଥିବା ଜଣା ପଡିଛି I

ସୂଚନା ଅନୁସାରେ ଗୋଟିଏ ମାଲଗାଡିକୁ ଆଉ ଏକ ମାଲଗାଡି ପଛପଟୁ ଧକ୍କା ଦେଇଥିଲା ।ଦୁର୍ଘଟଣା ସ୍ଥଳରେ ରେଳ ଅଧିକାରୀମାନେ ପହଞ୍ଚିଛନ୍ତି। ଦୁର୍ଘଟଣା କେମିତି ଘଟିଲା, ତାହା ସ୍ପଷ୍ଟ କରାଯାଇନାହିଁ। ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁର୍ଘଟଣା ପରେ ଗୋଟିଏ ମାଲବାହୀ ଟ୍ରେନ ଅନ୍ୟଟି ଉପରେ ଚଢ଼ି ଯାଇଛି। ସେହିପରି ୧୩ଟି ବଗି ଲାଇନଚ୍ୟୁତ ହୋଇ ତଳେ ପଡ଼ି ରହିଛି। ସ୍ଥାନୀୟ ଲୋକ ଓ ରେଳ ବିଭାଗ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଘଟଣା ପରେ ଅଦ୍ରା ଡିଭିଜନରେ ଟ୍ରେନ ସେବା ପ୍ରଭାବିତ ହୋଇଛି।

ସୂଚନାନୁସାରେ ଚଳିତ ଜୁନ ମାସ ୨ ତାରିଖରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟି ଯାଇଥିଲା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା I ଏକ ଥରକେ ୩ ଟି ଟ୍ରେନ ମଧ୍ୟରେ ଘଟିଥିବା ଏହି ସିରିଜ ଦୁର୍ଘଟଣାରେ,ଘଟଣାସ୍ଥଳରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ,ପରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣଙ୍କର ମୃତ୍ୟୁ ହୋଇଥିଲା I ଏହା ସହିତ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ I ଏହି ଭୟଙ୍କର ଦୁର୍ଘଟଣା ମନରୁ ଯାଇ ନଥିବାବେଳେ ପୁଣି ଘଟି ଚାଲିଛି ଗୋଟିଏ ପରେ ଗୋଟିଏ ରେଳ ଦୁର୍ଘଟଣା I

Comments are closed, but trackbacks and pingbacks are open.