ଭୁବନେଶ୍ବର: ଗଜପତି ଜିଲ୍ଲା ଖୁଦ୍ର ଜଳସେଚନ ବିଭାଗର ଦୁଇକର୍ମଚାରୀଙ୍କ ଉପରେ ଭିଜିଲାନ୍ସ ଚଡାଉ ହୋଇଛି। ସମ୍ପୃକ୍ତ ଦୁଇ କର୍ମଚାରୀ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଦୁଇ କର୍ମଚାରୀ ହେଲେ ଗଜପତି ଜିଲ୍ଲା ଖିଦ୍ର ଜଳସେଚନ ବିଭାଗର କ୍ୟାସିୟର ନରେଶ ପଟ୍ଟନାୟକ ଏବଂ ଆକାଉଣ୍ଟାଣ୍ଟ ସୁରଜ୍ ପ୍ରସାଦ ଜୟଶ୍ବାଲ। ଦୁହେଁ ଚାରୋଟି କାମର ବିଲ୍ କରାଇଦେବା ପାଇଁ ଫାେନ ପେରେ ଲାଞ୍ଚ ନେଇଥିଲେ ବୋଲି ଜଣାପଡିଛି। ଭିଜିଲାନ୍ସର ଦୁଇ ଜଣିଆ ଟିମ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି।
Comments are closed, but trackbacks and pingbacks are open.