ମଧ୍ୟାହ୍ନ ଭୋଜନ ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର

26

ଭୁବନେଶ୍ୱର : ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କୁ ସ୍ୱାସ୍ଥ୍ୟକର ଓ ନିରାପଦ ମଧ୍ୟାହ୍ନ ଭୋଜନ ଯୋଗାଇଦେବା ଲ କ୍ଷ୍ୟରେ ଭୁବ ନେ ଶର୍ୱ ସ୍ଥିତ ମିଶନ୍‌ ଶକ୍ତି ଭବନ ପରିସରରେ ମଙ୍ଗଳବାର ଏକ ଦୁଇଦିନିଆ କର୍ମଶାଳା ଆୟୋଜିତ କରାଯାଇଅଛି । ଭାରତ ସରକାରଙ୍କ ପିଏମ୍‌-ପୋଷଣ, ୟୁଏନ୍‌ ଓା୍ୱଲର୍ଡ ଫୁଡ୍‌ ପ୍ରୋଗ୍ରାମ ଏବଂ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପୋଷଣଯୁକ୍ତ ମଧ୍ୟାହ୍ନ ଭୋଜନ ଯୋଗାଇବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।

ଏହି ଅବସରରେ କଟକ, ଜଗତସିଂହପୁର, ନୟାଗଡ ଓ ପୁରୀ ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନର୍‌ମାନେ ଅଂଶଗ୍ରହଣ କରି ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର ପରିବେଶରେ କିଭଳି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯିବ ସେନେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଓଡିଶା ପିଏମ୍‌-ପୋଷଣ ଓଡିଶା ରାଜ୍ୟ ନୋଡାଲ୍‌ ଅଫିସର ଶ୍ରୀ ରଘୁରାମ୍‌ ଆର୍‌ ଆୟର ସ୍ୱାଗତ ଅଭିଭାଷଣ ପ୍ରଦାନ କରି ପିଲାମାନଙ୍କ ମଧ୍ୟରେ ରକ୍ତହୀନତା ଏବଂ ଅପପୃଷ୍ଟି ରୋଗର ଦୂରୀକରଣ ପାଇଁ ଓଡିଶାରେ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ରନ୍ଧନ ପ୍ରଣାଳୀ ବିଷୟରେ ଏହି କର୍ମଶାଳାରେ ଆଲୋଚନା କରାଯିବା
ବିଷୟରେ ଗୁରୁତ୍ୱ ଆରୋପ କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ଦିବସରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ସମୟରେ ପରିସ୍କାର ପରିଚ୍ଛନ୍ନ ରହିବା, ଉତ୍ତମ ଗୁଣବତ୍ତାଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବା, ଉକିୃଷ୍ଟ ମାନର ସାମଗ୍ରୀ ବ୍ୟବହାର କରିବା, ରୋଷେଇ ପ୍ରଣାଳୀ, ଆବର୍ଜନା ପରିଚାଳନା ଏବଂ ପୋଷଣ ଉଦ୍ୟାନର ଉନ୍ନତିକରଣ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଅଂଶଗ୍ରହଣ କରିଥିବା ସଦସ୍ୟମାନଙ୍କୁ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ ଏବଂ ଫୁଲନଖରାସ୍ଥିତ ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ଟ୍ରଷ୍ଟର ସେଣ୍ଟ୍ରାଲାଇଜଡ୍‌ କିଚେନ୍‌କୁ ପରିଦର୍ଶନରେ ନିଆଯିବାର ବ୍ୟବସ୍ଥା ରହିଛି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଶ୍ରୀ ସସ୍ମିତା ପଟ୍ଟନାୟକ, ଉପ-ନିର୍ଦ୍ଦେଶକ ଶ୍ରୀ ଯୋଗେନ୍ଦ୍ର ମାଝୀ, ବିତ୍ତ ଅଧିକାରୀ ଶ୍ରୀ ଜୟକ୍ରିଷ୍ନ ପାତ୍ର ଏବଂ ୱାଲର୍ଡ ଫୁଡ୍‌ ପ୍ରୋଗ୍ରାମ୍‌ର ଓଡିଶା କାର୍ଯ୍ୟାଳୟ ମୁଖ୍ୟ ଶ୍ରୀ ହିଂମାଶୁ ଏସ୍‌ ବଳ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.