ପୋଖରୀରେ ବୁଡ଼ି ଦୁଇ ଭାଇ ମୃତ

38

ଭୁବନେଶ୍ବର: ପୋଖରୀରେ ଗାଧୋଇବା ହେଲା କାଳ । ପୋଖରୀରେ ବୁଡି ଦୁଇ ଭାଇଙ୍କ ସଲିଳ ସମାଧି । ଆଜି(ମଙ୍ଗଳବାର) ଏପରି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ରାଇସୁଆଁ ଥାନା ଅନ୍ତର୍ଗତ ରାଇସୁଆଁ ଗାଁରେ । ଦୁଇ ନାବାଳକ ଭାଇ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ । ଫଳରେ ଉଭୟଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ନୁରୁଦ୍ଧିନ ଅନଶାରୀଙ୍କ ଦୁଇ ଶିଶୁ ପୁତ୍ର ଆମାମାନ ଅନସାରୀ (୯ ବର୍ଷ) ଓ କୁଶାଲ ଅନସାରୀ(୮ ବର୍ଷ) । ଦୁଇ ଭାଇ ଆଜି ଘର ନିକଟସ୍ଥ ଟେରା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ବୁଡି ଯାଇଥିଲେ । ବୁଡି ଯାଉଥିବା ଦେଖି ସ୍ଥାନୀୟ ଲୋକେ ଉଭୟକୁ ଉଦ୍ଧାର କରିଥିଲେ । ଏହା ପରେ ସଙ୍ଗେ ସଙ୍ଗେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

Comments are closed, but trackbacks and pingbacks are open.