ମଥୁରାରୁ ଠାବ ହେଲେ ରମାଦେବୀ ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟିହୀନ ନିଖୋଜ ଛାତ୍ରୀ :ଆଣିବା ପାଇଁ କମିଶନରେଟ ପୋଲିସ ର ଏକ ଟିମ ପଠାଗଲା

19

ମଥୁରାରୁ ଠାବ ହେଲେ ଭୁବନେଶ୍ୱର ରୁ ନିଖୋଜ ଥିବା ଦୁଇ ଛାତ୍ରୀ I ମଥୁରା ଷ୍ଟେସନରୁ ଛାତ୍ରୀଙ୍କୁ ଉଦ୍ଧାର କଲା ରେଲୱେ ପୋଲିସ । ଦୁଇ ଛାତ୍ରୀଙ୍କୁ ହେପାଜତରେ ରଖିଛି ମଥୁରା ରେଲୱେ ପୋଲିସ । ଦୁହିଁଙ୍କୁ ଓଡିଶା ଆଣିବା ପାଇଁ ମଥୁରା ଗଲା କମିଶନରେଟ ପୋଲିସ । ସୂଚନା ଅନୁସାରେ ଗତ ସୋମବାର ଠାରୁ ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟରୁ ଦୁଇ ଦୃଷ୍ଟି ବାଧିତ ଛାତ୍ରୀ ନିଖୋଜ ଥିବା ନେଇ ପରିବାର ଲୋକେ ସହିଦ ନଗର ଥାନାରେ ପୃଥକ ପୃଥକ ଏତଲା ଦେଇଥିଲେ I ଛାତ୍ରୀଙ୍କ ଅଭିଭାବକ ସହିଦ ନଗର ଥାନାରେ ଅଭିଯୋଗ ପରେ ପୋଲିସ ଦୁଇଟି ପୃଥକ ମାମଲା ରୁଜୁ କରି ତନାଘନା ଚଳାଇଥିଲା। ଛାତ୍ରୀଙ୍କୁ କେହି ଅପହରଣ କରିନେଇଥିବା ସନ୍ଦେହ କରାଯାଉଥିଲା। ଏହାପରେ ପୁଲିସ ଖୋଲତାଡ ଆରମ୍ଭ କରିଥିଲା। ପୋଲିସ ଜଣେ ଛାତ୍ରୀଙ୍କର ହଷ୍ଟେଲ ରୁମରୁ ଚିଠି ଓ ଅନ୍ୟ ଜଣେ ଛାତ୍ରୀଙ୍କ ଘରୁ ଭଏସ୍ ରେକର୍ଡିଂ ଥିବା ମେମୋରୀ ଚିପ୍ ଜବତ କରି ପୋଲିସ ତଦନ୍ତ ଚଳାଇଥିଲା ।
ଦୁଇ ଦୃଷ୍ଟିହୀନ ଛାତ୍ରୀ ରମାଦେବୀ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ର ଛାତ୍ରୀ। ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ଵର ଉପକଣ୍ଠର ହୋଇଥିବା ବେଳେ ଅନ୍ୟ ଜଣେ ହଷ୍ଟେଲରେ ରୁହନ୍ତି।

Comments are closed, but trackbacks and pingbacks are open.