ରମାଦେବୀରୁ ବିଶ୍ୱ ବିଦ୍ୟାଳୟରୁ ୨ ଦୃଷ୍ଟିହୀନ ଛାତ୍ରୀ ନିଖୋଜ

20

ରାଜଧାନୀ ରେ ଚାଞ୍ଚଲ୍ୟ I ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦୁଇ ଜଣ ଦୃଷ୍ଟିହୀନ ଛାତ୍ରୀ ନିଖୋଜ ହୋଇଛନ୍ତି I ଏ ନେଇ ଉଭୟ ଛାତ୍ରୀଙ୍କ ପରିବାର ଲୋକେ ସହିଦ ନଗର ଥାନାରେ ପୃଥକ ଅଭିଯୋଗ କରିଛନ୍ତି ଇ ତେବେ ଏହି ଦୁଇ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା କୁହାଯାଉଛି । ସହିଦ ନଗର ପୋଲିସ ତଦନ୍ତ କରି ଦୁଇ ଛାତ୍ରୀଙ୍କ ହଷ୍ଟେଲ ରୁମରୁ ଚିଠି, ଭଏସ ରେକର୍ଡିଂ ମେମୋରି ଚିପ୍ ଜବତ କରିଛି ।
ସୂଚନାନୁସାରେ ଜଣେ ଛାତ୍ରୀ ଭୁବନେଶ୍ୱର ଉପକଣ୍ଠ ଏକ ଗାଁରୁ ବିଶ୍ୱବିଦ୍ୟାଳୟକୁ ଆସନ୍ତି ଓ କ୍ଲାସ ସରିବା ପରେ ଘରକୁ ଫେରନ୍ତି । ମାତ୍ର ସୋମବାର ଦିନ କ୍ଲାସ କରିବାକୁ ଆସି ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରୀ ଜଣଙ୍କ ଆଉ ଘରକୁ ଫେରିନଥିଲେ । ଝିଅକୁ ନ ପାଇ ଛାତ୍ରୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ସେହିପରି ହଷ୍ଟେଲରେ ରହୁଥିବା ଅନ୍ୟ ଜଣେ ଛାତ୍ରୀ ମଧ୍ୟ ରୁମକୁ ଫେରିନଥିଲେ I ସେ ସମ୍ପର୍କରେ ତାଙ୍କ ମାମୁଁ ଥାନାରେ ଅଭିଯୋଗ କରିବାରୁ ଘଟଣା ପଦାକୁ ଆସିଥିଲା I ତେବେ ଏବେ ପ୍ରଶ୍ନ ଉଠୁଛି ଦୁଇଜଣ ଦୃଷ୍ଟି ବାଧିତ ଛାତ୍ରୀ ବର୍ତ୍ତମାନ କେଉଁଠାରେ ଅଛନ୍ତି I ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Comments are closed, but trackbacks and pingbacks are open.