ସମିତି ସଭ୍ୟା ଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳ ଙ୍କୁ ହତ୍ୟା ଘଟଣାରେ ୨ ଅଭିଯୁକ୍ତ ଗିରଫ

116

ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ବାଗଡ଼ୋର ପଞ୍ଚାୟର ସମିତି ସଭ୍ୟା ଙ୍କ ସ୍ୱାମୀ ତଥା ବିଜେଡି ନେତା ଲୋକନାଥ ବିଶ୍ୱାଳଙ୍କୁ ଗୁଳି କାଣ୍ଡ ଘଟଣା ରେ ୨ ଅଭିଯୁକ୍ତ ଙ୍କୁ ଗିରଫ କରିଛି ବେଲପଡ଼ା ପୋଲିସ । ଗିରଫ ଦୁଇ ଜଣ ଙ୍କୁ ପାଟଣାଗଡ଼ ଏଡିଜି କୋର୍ଟରେ ହାଜର ପରେ ଜାମିନ ନାମଞ୍ଜୁର ହେବାରୁ କୋର୍ଟ ଚାଲାଣ କରିଛି ପୋଲିସ I ଅଭିଯୁକ୍ତ ମାନଙ୍କ ଠାରୁ ୨ଟି ମାଉଜର, ୪ଟି ଜୀବନ୍ତ ଗୁଳି ଓ ଗୋଟିଏ ବାଇକ୍ ଜବତ କରିଛି ପୋଲିସ।
ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ପାଟଣାଗଡ଼ ଥାନା ଝୁଲେନବର ଗାଁର ସୀତାରାମ ବିନ୍ଧାଣୀ ଓ ପାଟଣାଗଡ଼ ସହରର ରାମପାଲି ପଡ଼ାର ରବି ଶାଣ୍ଡ।
ଗତ ୨୮ ତାରିଖ ସନ୍ଧ୍ୟାରେ ସୀତାରାମ ବିନ୍ଧାଣୀ, ରବି ଶାଣ୍ଡ ଓ ବରଗଡ଼ ଜିଲ୍ଲା ପଦ୍ମପୁରର ଜଣେ ଯୁବକ ବନମାଲ ଗାଁକୁ ଯାଇ ଲୋକନାଥ ବିଶ୍ୱାଳକୁ ଗୁଳି କରି ହତ୍ୟା କରିଥିଲେ। ଅଭିଯୁକ୍ତମାନେ ଫେରାର ହୋଇଯାଉଥିବା ବେଳେ ଲାଠୋର ପୁଲିସ ସେମାନଙ୍କୁ ଲାଠୋର ସହର ଭିତରେ କାବୁ କରିଥିଲା। ତେବେ ସେମାନଙ୍କ ମଧ୍ୟରୁ ପଦ୍ମପୁରର ଯୁବକ ଜଣଙ୍କ ଫେରାର ହେବାରେ ସଫଳ ହୋଇଥିଲେ। ଜଣେ ପୁଲିସ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ଲୋକନାଥଙ୍କୁ ମାରିବା ପାଇଁ ଗିରଫ ସୀତାରାମ ବିନ୍ଧାଣୀ ଓ ରବି ଶାଣ୍ଡଙ୍କ ସହିତ ଫେରାର ଯୁବକ ସୁପାରି ପାଇଥିଲେ। ପୁଲିସ୍ ଫେରାର ଯୁବକଙ୍କୁ ଖୋଜୁଥିବା ବେଳେ ଲୋକନାଥଙ୍କୁ ମାରିବାକୁ କିଏ ଓ କାହିଁକି ଦେଇଥିଲା ସୁପାରୀ, ସେ ନେଇ କିଛି କୁହାଯାଇନାହିଁ। ଏହି ହତ୍ୟାକାଣ୍ଡରେ ଆହୁରି ଅନେକ ଲୋକଙ୍କ ସଂପୃକ୍ତି ଥିବା ପୁଲିସ୍ ସନ୍ଦେହ କରୁଛି।

Comments are closed, but trackbacks and pingbacks are open.