PFIକୁ ବଡ଼ ଝଟକା: ଟୁଇଟର୍‌ରୁ ହଟିଲା ଆକାଉଣ୍ଟ

31

ଦିଲ୍ଲୀ : ଭାରତ ପକ୍ଷରୁ PFI (ପପୁଲାର୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ) ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ଏହି ଦଳକୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ନିଷିଦ୍ଧ କରାଯିବା ପରେ, ଆଜି ଟୁଇଟର୍‌ରୁ ମଧ୍ୟ ଏହାର ଅଫିସିଆଲ୍‌ ଆକାଉଣ୍ଟକୁ ହଟାଇ ଦିଆଯାଇଛି । ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରୁ ପପୁଲାର୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆର @PFIofficial ଆକାଉଣ୍ଟ ହଟିବା ପରେ ଦଳକୁ ଏକ ବଡ଼ କ୍ଷତି ସହିବାକୁ ପଡ଼ିଛି । କାରଣ ଏହି ଆକାଉଣ୍ଟକୁ ପ୍ରାୟ ୮୧ ହଜାରୁ ଅଧିକ ଲୋକ ଅନୁସରଣ କରୁଥିଲେ ।

ଏନେଇ ଟୁଇଟର୍‌ ପକ୍ଷରୁ କୁହାଯାଇଛି ଯେ, ଭାରତ ପକ୍ଷରୁ ଇସଲାମିକ ସଂଗଠନ ପପୁଲାର୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (PFI) ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯିବା ପରେ ଟୁଇଟର୍‌ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ପିଏଫ୍‌ଆଇର ଅଫିସିଆଲ ପେଜ୍‌କୁ ବ୍ୟାନ୍‌ କରାଯାଇଛି ।

ସୂଚନା ଥାଉ ଯେ, ଭାରତରେ ଏବେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ି ଚାଲିଛି । ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) PFIର ସଦସ୍ୟଙ୍କ ଏକାଧିକ ସ୍ଥାନରେ ରେଡ୍‌ କରିଥିଲା । ଏହି ସମୟରେ ଶତାଧିକ ସଦସ୍ୟ ଗିରଫ ହୋଇଥିଲେ । ବିହାର ରାଜଧାନୀ ପାଟନା ସ୍ଥିତ ଫୁଲୱାରୀରୁ PFIର ଆତଙ୍କବାଦୀ କାର୍ଯ୍ୟକଳାପ ମାମଲା ପ୍ରଥମେ ସାମ୍ନାକୁ ଆସିଥିଲା । ଏହା ବାଦ୍‌ ଗୋଟିଏ ପରେ ଗୋଟିଏ ଆତଙ୍କି କାର୍ଯ୍ୟକଳାପର ଖୁଲାସା ହୋଇଥିଲା । ବିହାରର ରାଜଧାନୀ ପାଟନାର ଫୁଲୱାରୀ ଶରିଫ୍‌ରୁ ଟେରର୍‌ ମଡ୍ୟୁଲ କଥା ସାମନାକୁ ଆସିଥିଲା । ଏହି ସମୟରେ ଆତଙ୍କୀ ସଂଗଠନ ଆଇଏସ୍‌ଆଇଏସ୍‌ ସହ ମଧ୍ୟ ପପୁଲାର୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆର ଲିଙ୍କ ଥିଲା ବୋଲି ଜଣାପଡିଥିଲା । ଏହାପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ସଂସ୍ଥାକୁ ବେଆଇନ ସଂଗଠନ ଭାବେ ନାମିତ କରିଥିଲା ।

PFI ଲିଙ୍କ ବିଶ୍ୱସ୍ତରୀୟ ଆତଙ୍କବାଦୀ ସଂଗଠନଗୁଡ଼ିକ ସହ ରହିଛି । ଏପରି କି ପିଏଫଆଇର ଏକାଧିକ ସଦସ୍ୟ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇ ମଧ୍ୟ ସାମିଲ ହୋଇଛନ୍ତି । ଏମାନେ ସିରିୟା, ଇରାକ, ପାକିସ୍ତାନ ଓ ଆଫଗାନିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଛନ୍ତି । PFI ସଙ୍ଗଠନ ଦେଶର ଯୁବକଙ୍କୁ ଆତଙ୍କି କାର୍ଯ୍ୟକଳାପ କରିବାକୁ ଉସକାଉ ଥିବା ସହିତ ଜାତି ଓ ଧର୍ମବିରୋଧରେ ଘୃଣ୍ୟ ବାଣୀ ଦେଉଛନ୍ତି । ଏହାଛଡ଼ା ହିଂସାତ୍ମକ କାର୍ଯ୍ୟକଳାପ କରିବାରେ ଏହି ସଙ୍ଗଠନର ହାତ ରହିଥିବା ପ୍ରମାଣ ମିଳିଛି । ଏଣୁ ଭାରତ ସରକାର PFI ସହିତ ଏହାର ୮ ଟି ସହଯୋଗୀ ଦଳକୁ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା କରିଛନ୍ତି ।

Comments are closed, but trackbacks and pingbacks are open.