ବର୍ଷାରେ ଭିଜିଲା ଟ୍ୱିନସିଟି

19

ବର୍ତମାନ କେତେକ ଅଞ୍ଚଳରେ ବିଜୁଳି ଓ ଘଡ଼ଘଡ଼ିଜନିତ ବର୍ଷା ଲାଗି ରହିଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି ଅପରାହ୍‌ଣ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଥିଲା । ପଶ୍ଚିମା-ଝଡ ପ୍ରଭାବରେ ପାରାଦୀପ ରାଡ଼ାର ଦ୍ୱାରା ଉତ୍ତୋଳନ ହୋଇଥିବା ଚିତ୍ରରୁ ମେଘ ସମୂହ ଦକ୍ଷିଣ ପଶ୍ଚିମ ରୁ ଉତ୍ତର -ପୂର୍ବ ଦିଗକୁ ଗତି ଦେଖିବାକୁ ମିଳୁଛି ।

ଏଥିସହିତ ଆଜି ସନ୍ଧ୍ୟାରେ ଟୁଇନ ସିଟିରେ ବର୍ଷା ଆରମ୍ଭ ହୋଇଛି । ଭୁବନେଶ୍ଟର ଓ କଟକରେ ଘଡଘଡି ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହୁଛି । ଏ ନେଇ ସତର୍କ ସୂଚନା ଦେଇଥିଲେ ଭୁବନେଶ୍ୱର ପାଣିପାଗ ବିଭାଗ ।

ଆଜି ମୁଖ୍ୟତଃ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି କୁହାଯାଉଛି।

Comments are closed, but trackbacks and pingbacks are open.