୨୯ ବର୍ଷ ପରେ କୁଖ୍ୟାତ ଆତଙ୍କବାଦୀ ଅଵୁ ବକର ଗିରଫ

18

ଭାରତକୁ ମିଳିଛି ବଡ଼ ସଫଳତା । ଦୀର୍ଘ ୨୯ ବର୍ଷ ପରେ ମୁମ୍ବାଇ ସିରିଜ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ତଥା ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କବାଦୀ ଅଵୁ ବକର ଗିରଫ ହୋଇଛି I ଭାରତୀୟ ଏଜେନ୍ସୀର ସୂଚନା ଆଧାରରେ ଅବୁ ବକରକୁ ୟୁଏଇରୁ ଗିରଫ କରାଯାଇଛି । ୧୯୯୩ରେ ମୁମ୍ବାଇରେ ହୋଇଥିବା ସିରିଏଲ୍ ବ୍ଲାଷ୍ଟରେ ସାମିଲ ଥିଲା ଅବୁ ବକର ଏହା ସହ ସେ ହେଉଛି ହେଉଛି ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ । ପିଓକରେ ଆତଙ୍କୀ ତାଲିମ ନେବା ସହ ସେଠାରେ ସେ ଟ୍ରେନିଂ କ୍ୟାମ୍ପ ଚଳାଉଥିଲା । ଅବୁ ବକର ମୁମ୍ବାଇ ବିସ୍ଫୋରଣ ପାଇଁ ବ୍ୟବହୃତ ଆରଡିଏକ୍ସ ଯୋଗାଣ କରିଥିଲା । ଏଥିସହ ଦାଉଦ ସହ ମିଶି ଦୁବାଇ ସ୍ଥିତ ଘରେ ହମଲାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା Iଆତଙ୍କୀ ଅବୁ ବକର ବିରୋଧରେ ୧୯୯୭ରେ ରେଡ୍ କର୍ଣ୍ଣର ନୋଟିସ ଜାରି ହୋଇଥିଲା । ସେବେଠୁ ତାକୁ ଧରିବାକୁ ଚାଲିଥିଲା ଚେଷ୍ଟା । ଭାରତୀୟ ଏଜେନ୍ସୀର ସୂଚନା ଆଧାରରେ ଅବୁ ବକରକୁ ୟୁଏଇରୁ ଗିରଫ କରାଯାଇଛି । ଗିରଫ ଆତଙ୍କୀ ଠାରୁ ଅନେକ ତଥ୍ୟ ମିଳିବାର ସୂଚନା ରହିଛି । ୟୁଏଇରୁ ଅବୁ ବକର କୁ ଗିରଫ କରାଯାଇଥିବା ବେଳେ ତାକୁ ଏଜେନ୍ସି ଖୁବଶୀଘ୍ର ଭାରତକୁ ଆଣିବ ବୋଲି ସୂଚନା ଦେଇଛି I ।
ସୂଚନାନୁସାରେ ମୁମ୍ବାଇ ସିରିଏଲ୍ ବ୍ଲାଷ୍ଟ ଘଟଣାରେ ଭିନ୍ନ ଭିନ୍ନ ୧୨ଟି ଜାଗାରେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୨୫୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୧୩ଜଣ ଆହତ ହୋଇଥିଲେ ।

Leave A Reply

Your email address will not be published.