ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ରାଜ୍ୟସଭା ସାଂସଦ ନିଲମ୍ବିତ

20

ଆଜି ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ପ୍ରସ୍ତାବିତ ୨୦ ଜଣ ସଦସ୍ୟ ଙ୍କ ମଧ୍ୟରୁ ୧୨ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ବାକି ଥିବା ଶୀତ ଅଧିବେଶନ ଅବଧି ପର୍ଯ୍ୟନ୍ତ ସମ୍ପୃକ୍ତ ସଦସ୍ୟମାନେ ଗୃହ କାର୍ଯ୍ୟ ରେ ଭାଗ ନେଇ ପାରିବେ ନାହିଁ । ଆଜି ସଂସଦରେ ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ କୃଷି ଆଇନ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗମା କରିଥିଲେ ବିରୋଧୀ। ନିଲମ୍ବିତ ସାଂସଦଙ୍କ ମଧ୍ୟରେ ୬ ଜଣ କଂଗ୍ରେସରୁ ଥିବା ବେଳେ, ଦୁଇ ଜଣ ଟିଏମସି, ୨ ଜଣ ଶିବସେନା ଓ ସିପିଏମ ଓ ସିପିଆଇରୁ ଜଣେ ଲେଖାଁଏ ଅଛନ୍ତି। ସମ୍ପୃକ୍ତ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା କରିବା ସହ ଗୃହ କାର୍ଯ୍ୟକୁ ବାଧାପ୍ରାପ୍ତ କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ହୋହଲ୍ଲା ପାଟିତୁଣ୍ଡ ଭିତରେ ଉଭୟ ଲୋକସଭା ଓ ରାଜ୍ୟ ସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ ପାରିତ ହୋଛି। ତେବେ ୩ କୃଷି ଆଇନ ଉଚ୍ଛେଦ ବିଲ ପାରିତ ହୋଇଥିଲେ ବି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ। ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ଅନ୍ୟାନ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।
ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦମାନେ ଲୋକସଭାରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହା ପରେ ଗୃହକୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା । କଂଗ୍ରେସ ସଦସ୍ୟମାନେ ସଂସଦ ବାହାରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ପ୍ରଦର୍ଶନ କରି ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର ସହ ଏମଏସପି ଗ୍ୟାରେଣ୍ଟି ଆଇନ ଲାଗୁ କରିବାକୁ ଦାବି କରିଥିଲେ ।
ନିଲମ୍ବିତ ହୋଇଥିବା ରାଜ୍ୟସଭା ସଦସ୍ୟଙ୍କ ତାଲିକା

  1. ଇଲାମରମ କରିମ (CPM)
  2. ଫୁଲ ଦେବୀ ନେତମ (INC)
  3. ଛାୟା ବର୍ମା (INC)
  4. ରିପୁନ ବୋରା (INC)
  5. ବିନୟ ବିଶ୍ୱମ (CPI)
  6. ରାଜମଣି ପଟେଲ (INC)
  7. ଦୋଳ ସେନ (TMC)
  8. ଶାନ୍ତ ଛେତ୍ରୀ (TMC)
  9. ସୟିଦ ନାସିର ହୁସେନ (INC)
  10. ପ୍ରିୟଙ୍କା ଚତୁର୍ବେଦୀ (Shiv Sena)
  11. ଅନିଲ ଦେଶାଇ (Shiv Sena)
  12. ଅଖିଲେଶ ପ୍ରସାଦ ସିଂ (INC)
Leave A Reply

Your email address will not be published.