ମାନସ ହତ୍ୟାକାଣ୍ଡ ର ମୁଖ୍ୟ କାରପଟ ଦାର ନିରଞ୍ଜନଙ୍କ ସେଠୀ :ଏ ଯାଏଁ ୫ ଗିରଫ, ମାଷ୍ଟର ମାଇଣ୍ଡ ଫେରାର

26

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ୨ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ I ତେବେ ମାନସ ଙ୍କୁ ଏକ ଚିପ୍‌ ପାଇଁ ହତ୍ୟା କରାଯାଇଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି କଣ ସାଙ୍ଘାତିକ ତଥ୍ୟ ଥିଲା ଏହି ଚିପ ରେ I ଯେଉଁଥିପାଇଁ ନିଜ ପୂର୍ବତନ କର୍ମଚାରୀ ର ଜୀବନ ନେବାକୁ ପଛାଇଲେ ନାହିଁ ମାଲିକାଣୀ I ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ପରି ଏହି ଘଟଣାରେ ଚାନ୍ଦବାଲି ପୋଲିସ ଜାଲ ରେ ପଡିଛନ୍ତି ରାଜ୍ୟ ସରକାରଙ୍କର ଜଣେ ଅବସର ପ୍ରାପ୍ତ ଓଆଇଏସ କର୍ମଚାରୀ I ଏହାସହିତ ୪ ଜଣ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି I ଓଆଇଏସ କର୍ମଚାରୀ ନିରଞ୍ଜନ ସେଠୀ ଏହି ଘଟଣାର ମୁଖ୍ୟ କାରପଟ ଦାର ବୋଲି କୁହାଯାଉଛି I କାରଣ ମାନସ ବାହାଘର ସୁଟିଂ ପାଇଁ ଚାନ୍ଦବାଲି ଯାଇଥିବାବେଳେ ,ତାଙ୍କୁ ସେଠାରୁ ଅପହରଣ , ଆଶ୍ରମ କୁ ଆଣି ମାଡ଼ ମାରିବା ,ତଥା ମାନସ ମୃତ୍ୟୁ ପରେ ମୃତଦେହକୁ ନେଇ ରାଜସୁନାଖଳା ଫାଣ୍ଡି ବଧିପାଟଣା ରାସ୍ତାକଡ଼ରେ ପୋତି ଦିଆ ଯିବା ପର୍ଯ୍ୟନ୍ତ ସମସ୍ତ ଘଟଣାର ଶ୍ରୀ ସେଠୀଙ୍କର ପ୍ରଚ୍ଛନ୍ନ ହାତ ଥିବା ଭଦ୍ରକ ଆଡିସନାଲ ଏସପି ଯତୀନ ପଣ୍ଡା ପ୍ରେସ ମିଟ କରି ସୂଚନା ଦେଇଛନ୍ତି I

କ୍ୟାମେରାମ୍ୟାନ୍ ମାନସ ହତ୍ୟା ମାମଲାରେ ଏଯାଏଁ ୫ଜଣ ଗିରଫହୋଇଥିବା ବେଳେ ଏବେ ବି ଫେରାର ଅଛନ୍ତି ଶର୍ମିଷ୍ଠା ରାଉତ । ଏହି ଘଟଣାରେ ମାର୍ଚ୍ଚ ୧୨ ତାରିଖରେ ୩ଜଣ ଗିରଫ ହୋଇଥିବା ବେଳେ ଆଜି ୨ଜଣ ଗିରଫ ହୋଇଛନ୍ତି । ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଏୟାର ଫିଲଡ ଥାନା ଅନ୍ତର୍ଗତ ଭୋଇ ସାହିରେ ରହୁଥିବା ଝୁନା ଭୋଇ ଏବେ କେଉଁଠି ଅଛନ୍ତି ତାକୁ ନେଇ ଚାଲିଛି ଅନୁଧ୍ୟାନ ।

Comments are closed, but trackbacks and pingbacks are open.