କ୍ରିକେଟ ଖେଳୁଥିବା ସମୟରେ ଟେଲି ଅଭିନେତା ଙ୍କ ମୃତ୍ୟୁ

33

ଟେଲି ଜଗତ ପାଇଁ ପୁଣି ଏକ ଦୁଃଖଦ ଖବର I ନିଜର ନିଆରା ଢଙ୍ଗରେ ଅଭିନୟ ର ଯାଦୁରେ ଲୋକଙ୍କୁ ବାନ୍ଧି ରଖିଥିବା ‘ଭାବି ଜୀ ଘର ପର ହୈ ‘ ର ଅଭିନେତା ମଲଖାନ ଓରଫ ଦୀପେଶ ଭାନ୍ ଆଉ ଏହି ଦୁନିଆରେ ନାହାଁନ୍ତି I ଦର୍ଶକଙ୍କ ପାଇଁ ଅବିଶ୍ୱାସନୀୟ ହେଲେ ମଧ୍ୟ ଘଟଣାଟି ସତ୍ୟ I
ଖବର ଅନୁଯାୟୀ ଆଜି ଶନିବାର ଦୀପେଶ ନିତିଦିନିଆ ସିରିଏଲ ସୁଟିଂ ରେ ଯାଇଥିଲେ I ତେବେ ସୁଟିଂ ସମୟରେ ବିଳମ୍ବ ହେବାରୁ ସେ ତାଙ୍କର ପ୍ରତିଦିନ ର ଅଭ୍ୟାସ ଅନୁଯାୟୀ ଜିମ ଯାଇଥିଲେ I ଏହାପରେ କ୍ରିକେଟ ଖେଳୁଥିବା ସମୟରେ ତଳେ ପଡିଯାଇଥିଲେ I ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଏବେ ପୂରା ଟେଲିଭିଜନ ଜଗତକୁ ସ୍ତବ୍ଧ କରିଦେଇଛି।
ଦୀପେଶ ଭାନ ମୁଖ୍ୟତଃ ଦିଲ୍ଲୀର ବାସିନ୍ଦା । ଦିଲ୍ଲୀରୁ ସ୍ନାତକ ହାସଲ କରିବା ପରେ ଦୀପେଶ ସିଧାସଳଖ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ଆଡମିଶନ ନେଇଥିଲେ। ଅଭିନୟ ପାଠ୍ୟକ୍ରମ ସମାପ୍ତ ହେବା ମାତ୍ରେ ଦୀପେଶ ୨୦୦୫ ମସିହାରେ ମୁମ୍ବାଇ ଆସିଥିଲେ।
ଦୀପେଶ ଭାନ୍ ‘ଭାବି ଜୀ ଘର ପର୍ ହୈ ‘ ପୂର୍ବରୁ ଅନେକ ଟିଭି ସିରିଏଲରେ କାମ କରିଥିଲେ। ଯେଉଁଥିରେ ‘କମେଡିର କିଙ୍ଗ କୌନ’, ‘କମେଡି କ୍ଲବ’, ‘ଭୁତୱାଲା’, ‘ଏଫଆଇଆର’, ବିନ୍ଦାସ ଟିଭିର ‘ଚାମ୍ପ’, ‘ସନ୍ ୟାର୍ ଚିଲ୍ ମାର’ ଏବଂ ‘ମେନ୍ ଆଇ ଇନ୍ ମ୍ୟାଡାମ୍’ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ତେବେ ତାଙ୍କୁ ‘ଭବୀ ଜୀ ଘର ପର୍ ହୈ’ ର ମଲଖାନ ଭୂମିକା ସ୍ୱତନ୍ତ୍ର ପରିଚୟ ଦେଇଥିଲା । ୨୦୧୫ ରୁ ଏହି ଶୋ ସହିତ ଦିପେଶ ଜଡିତ ଥିଲେ I ଦୀପେଶ ପ୍ରାୟ ୭ ବର୍ଷ ଧରି ପରଦାରେ ଏହି ଭୂମିକା ନିଭାଇଥିଲେ I ଦୀପେଶ ଆମିର ଖାନଙ୍କ ସହ ଏକ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି। ସେ ୨୦୧୯ରେ ବିବାହ କରିଥିଲେ। ଜାନୁଆରୀ ୨୦୨୧ରେ ସେ ପୁତ୍ର ସନ୍ତାନାର ବାପା ହୋଇଥିଲେ। ତାଙ୍କ ମୃତ୍ୟୁରେ ପୂରା ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

Comments are closed, but trackbacks and pingbacks are open.