ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

33

ଭୁବନେଶ୍ଵର: ମହିଳା ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ଗିରଫ ହୋଇଥିବା ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ୫୦ ହଜାର ଟଙ୍କା ଜୋରିମାନା ସହ ଜଣେ ଜାମିନଦାର ବଦଳରେ ସର୍ତ୍ତମୂଳକ ଭାବେ ଜାମିନ ଦେଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । 

ସୂଚନା ଅନୁସାରେ, ସାମ୍ବାଦିକାଙ୍କୁ ମାଡ଼ ମରା ଘଟଣାରେ ଶନିବାର ଗିରଫ ହୋଇ ଜେଲରେ ଥିଲେ ଟୁଟୁ ନାୟକ। ପୋଲିସ ତାଙ୍କ ନାଁରେ ଦଫା ୩୫୪, ୩୪୧, ୩୨୩, ୨୯୪ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା । ଏହାପରେ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ |

ସୂଚନାଯୋଗ୍ୟ ଯେ, ପ୍ରଥା’ ଫିଲ୍ମର ପ୍ରିମିୟର ବେଳେ ଶ୍ରୀୟା ସ୍ବାତି କମ୍ପ୍ଲେକ୍ସ ଭିତରେ ଏହି ଘଟଣା ଘଟିଥିଲା | ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ନେଇ ଖାରବେଳନଗର ଥାନାରେ ମାମଲା ହୋଇଥିଲା ଆଉ ଘଟଣାର ତଦନ୍ତ କରି ଟୁଟୁଙ୍କୁ ଖାରବେଳନଗର ଥାନା ପୋଲିସ ଗିରଫ କରିଥିଲା | ଗିରଫ ପରେ ଝାରପଡା ଜେଲରେ ଥିଲେ ଟୁଟୁ । ଅନ୍ୟପଟେ କୋର୍ଟରେ ଜାମିନ ଆବେଦନ କରିଥିଲେ ଟୁଟୁ ନାୟକ । ପ୍ରଥମ ଦିନ କୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଶେଷରେ ଆଜି ଟୁଟୁଙ୍କୁ ଜାମିନ ପ୍ରଦାନ କରିଛନ୍ତି SDJM କୋର୍ଟ ।

Comments are closed, but trackbacks and pingbacks are open.