ହଳଦୀ :କେବଳ କ୍ଷୀରରେ ନୁହେଁ ପାଣିରେ ମିଶାଇ ପିଇଲେ ମଧ୍ୟ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ

17

ଆପଣ ଜାଣନ୍ତି କି ହଳଦୀ କୁ କେବଳ କ୍ଷୀରରେ ନୁହେଁ ,ଏହାକୁ ପାଣିରେ ମିଶାଇ ପିଇଲେ ମଧ୍ୟ ଶରୀର ପ୍ରତି ଅତ୍ୟନ୍ତ ଲାଭଦାୟକ ହୋଇଥାଏ I ହଳଦୀ ରେ କର୍କୁମିନ୍ ନାମକ ଏକ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ କୋଷଗୁଡ଼ିକୁ ବିନାଶରୁ ରକ୍ଷା କରିଥାଏ Iଯଦି ଆପଣ ମଧ୍ୟ ହଳଦୀ ପାଣି ପିଉ ନାହାଁନ୍ତି, ତେବେ ଆଜି ଏହାକୁ ଆପଣଙ୍କର ଅଭ୍ୟାସରେ ପରିଣତ କରନ୍ତୁ କାରଣ ଏହାର ଆଶ୍ଚର୍ଯ୍ୟଜନକ ଲାଭ ଆପଣଙ୍କ ସ୍ୱାସ୍ଥ୍ୟକୁ ଫିଟ୍ କରିପାରେ I ଏହା ସହିତ ଶରୀରର ଅନେକ ସମସ୍ୟା ଦୂର ହୋଇପାରିବ I

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ
ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ହଳଦୀ ବ୍ୟବହାର ହୋଇଥାଏ I ଏହାଛଡା ଅନେକ ଆୟୁର୍ବେଦିକ ଔଷଧ ରେ ମଧ୍ୟ ହଳଦୀ ବ୍ୟବହୃତ ହୁଏ I ହଳଦୀ କେବଳ ଖାଦ୍ୟର ରଙ୍ଗ କିମ୍ବା ସ୍ୱାଦକୁ ବଢ଼ାଏ ନାହିଁ ବରଂ ଶରୀରର ଗମ୍ଭୀର ସମସ୍ୟାକୁ ଦୂର କରିବାରେ ଏହା ଉପକାରୀ ହୋଇଥାଏ I ହଳଦୀ ରେ ଥିବା ଲିପୋପଲିସାକାରାଇଡ୍ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ I ଏହା ଏଥିରେ ଆଣ୍ଟି-ବ୍ୟାକ୍ଟେରିଆ ଏବଂ ଆଣ୍ଟି-ଭାଇରାଲ୍ ଗୁଣ ମଧ୍ୟ ଏଥିରେ ମିଳିଥାଏ I ଏହା ସହିତ ହଳଦୀ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧିରେ ବ୍ୟବହାର କରାଯାଇଥାଏ I ଏହା ସହିତ ଠିକ ସମୟରେ ଭୋକ ବଢ଼ିଥାଏ I ଯଦି ଆପଣଙ୍କର ଅଧା କପାଳୀ ମୁଣ୍ଡ ବିନ୍ଧା ହେଉଥାଏ ,ତେବେ ଉଷୁମ ପାଣିରେ ହଳଦୀ ଗୁଣ୍ଡ ମିଶାଇ ସେକ ଦିଅନ୍ତୁ,ଆରାମ ଲାଗିବ Iଡାଇବେଟିସ ଥିଲେ ପ୍ରତିଦିନ ସକାଳେ ନିୟମିତ ରୂପେ ହଳଦୀ ପାଣି ପିଅନ୍ତୁ,ସୁଗାର ନିୟନ୍ତ୍ରଣରେ ରହିବ I

ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ
ଅନେକ ଗବେଷଣାରୁ ଏହା ପ୍ରକାଶ ପାଇଛି ଯେ ହଳଦୀ ଏବଂ ଗରମ ପାଣି ପିଇବା ଦ୍ୱାରା ଶରୀରରେ ପିତ୍ତ କୋଷ ସଠିକ୍ ଭାବରେ ସୃଷ୍ଟି ହୁଏ ସେହିପରି ପ୍ରତିଦିନ ସକାଳେ ଖାଲି ପେଟରେ ନଖ ଉଷୁମ ପାଣି ସହିତ ଅଧଚାମଚ ହଳଦୀ ମିଶାଇ ପିଇଲେ ,ପୁରା ଅନ୍ତନାଳୀ କୁ ସଫା ରଖିବା ଆପଣଙ୍କ ହଜମ ପ୍ରକ୍ରିୟା ସୁସ୍ଥ ରଖିଥାଏ ଓ କୋଷ୍ଠକାଠିନ୍ୟ ରୁ ମୁକ୍ତି ଦେଇଥାଏ I

ହଳଦୀ ର ବ୍ୟବହାର
ହଳଦୀ ଅନେକ ଉପାୟରେ ବ୍ୟବହୃତ ହୁଏ I ଅଧିକାଂଶ ଥଣ୍ଡା ସର୍ଦି ହେଲେ କିମ୍ବା ଶରୀର ର ଥକ୍କା ପଣ ମେଣ୍ଟାଇବାକୁ ଉଷୁମ କ୍ଷୀର ସହିତ ହଳଦୀ ମିଶାଇ ପିଇଥାନ୍ତି I ପ୍ରକୃତ ରେ ହଳଦୀରେ ଲୁଚି ରହିଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଥିବା ଯୋଗୁଁ ଶରୀରର ଅନେକ ସମସ୍ୟାକୁ ହ୍ରାସ କରିପାରେ I

ଏହା ଆର୍ଥ୍ରାଇଟିସ ପାଇଁ
ଶରୀରରେ ଯେ କୌଣସି ସ୍ଥାନ ରେ କ୍ଷତ ହୋଇଥିଲେ ପ୍ରତିଦିନ ଉଷୁମ ପାଣିରେ ହଳଦୀ ମିଶାଇ ସଫା କରନ୍ତୁ I ଏହା ଜୀବାଣୁ ନାଶ କରି କ୍ଷତ କୁ ଜଲ୍ଦି ଶୁଖାଇ ଥାଏ I ଆର୍ଥ୍ରାଇଟିସ୍ ଜନିତ ଯନ୍ତ୍ରଣା କୁ ଦୂର କରିବା ପାଇଁ ଗରମ ପାଣିରେ ହଳଦୀ ମିଶାଇ କପଡା ବୁଡାଇ ସେକ ଦେଲେ ଯନ୍ତ୍ରଣା ଉପଶମ ହୋଇଥାଏ I

Comments are closed, but trackbacks and pingbacks are open.