ଧର୍ମଘଟକୁ ରୋକିବା ପାଇଁ ଅନୁରୋଧ କଲେ ଟୁକୁନି ସାହୁ

33

୧୦ ଦଫା ଦାବିରେ ଅନିଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ବୁଧବାର ସକାଳୁ ଆରମ୍ଭ ହୋଇଥିଲା ବେଳେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ସଚିବ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀମତୀ ସାହୁ କହିଛନ୍ତି, ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଡ୍ରାଇଭର ସଙ୍ଘର ଯାହା ଯାହା ଦାବି ରହିଛି । ସେଇ ଦାବି ଗୁଡିକୁ ଆଲୋଚନାକୁ ନିଆଯିବ । ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି । ଡ୍ରାଇଭର ସଂଘର ଦାବି ନେଇ ମୁଖ୍ୟମନ୍ତ୍ରୀ ସକାରାତ୍ମକ ଭାବେ ଚିନ୍ତା କରୁଛନ୍ତି ।

ଅନ୍ୟପଟେ ଧର୍ମଘଟ ନ କରିବା ପାଇଁ ଗତ କାଲି ଡ୍ରାଇଭ ସଙ୍ଘକୁ ନିବେଦନ କରାଯାଇଥିଲା ବୋଲି ସେ କହିଛନ୍ତି । ସେହିପରି ଶ୍ରୀମତୀ ପାଢ଼ୀ କହିଛନ୍ତି, ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି । ରାଜ୍ୟ ସରକାର ଡ୍ରାଇଭର ସଂଘର ଦାବିଗୁଡିକୁ ନେଇ ସକରାତ୍ମକ ଭାବେ ବିଚାର କରୁଛନ୍ତି । ଏହାକୁ ନେଇ ପୂର୍ବରୁ ଆଲୋଚନା ହୋଇଛି । ଆଗକୁ ମଧ୍ୟ ଆଲୋଚନା କରାଯିବ । ଡ୍ରାଇଭରମାନଙ୍କର ବିଭିନ୍ନ ସଂଘ ଅଛି । ଗୋଟିଏ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ଆମେ ଅନୁରୋଧ କରୁଛୁ ।

ଆମେ ତାଙ୍କ ସହ କଥା ହେବା ପାଇଁ ରାଜି ଅଛୁ । ତାଙ୍କ ଦାବି ଆମ ସହ ଆଲୋଚନା କରନ୍ତୁ । ଚର୍ଚ୍ଚାରେ ସବୁ କିଛି ସମାଧାନ ହେବ । ଆଉ ଏବେ ଆନ୍ଦୋଳନ ପାଇଁ ଯାତ୍ରୀ ହଇରାଣ ହେଉଛନ୍ତି । ମେଡିକାଲ ସେବାରେ ବ୍ୟାଘାତ ସୃଷ୍ଟି ହେଉଛି । ସବୁ କିଛି ସକାରାତ୍ମକ ଉପାୟରେ ସମାଧାନ ହେଇପାରିବ ।

Comments are closed, but trackbacks and pingbacks are open.