ତୁହିନ କାନ୍ତ ପାଣ୍ଡେ SEBI ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ

64

ନୂଆଦିଲ୍ଲୀ: ଅର୍ଥ ଏବଂ ରାଜସ୍ୱ ସଚିବ ତୁହିନ କାନ୍ତ ପାଣ୍ଡେଙ୍କୁ ଭାରତୀୟ ସିକ୍ୟୁରିଟି ଏବଂ ବିନିମୟ ବୋର୍ଡ (SEBI)ର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତି ହୋଇଛନ୍ତି । ସେ ମାଧବୀ ପୁରୀ ବୁଚଙ୍କ ସ୍ଥାନ ନେବେ । ତାଙ୍କର କାର୍ଯ୍ୟକାଳ ଏହି ମାସରେ ଶେଷ ହେବ । ମାଧବୀ ପୁରୀ ବୁଚଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୧ରେ ସରିବ । ମାଧବୀ ପୁରୀ ବୁଚ୍ ୨ ମାର୍ଚ୍ଚ, ୨୦୨୨ରେ ସେବି ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ SEBIର ପ୍ରଥମ ମହିଳା ଅଧ୍ୟକ୍ଷା ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ସେୟାର ବଜାର ଏବଂ ପୁଞ୍ଜି ବଜାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଥିଲା । ତୁହିନ କାନ୍ତ ପାଣ୍ଡେ ଅର୍ଥ ମନ୍ତ୍ରଣାଳୟରେ ଅର୍ଥ ଏବଂ ରାଜସ୍ୱ ସଚିବ ଭାବରେ କାର୍ଯ୍ୟ କରୁଥିଲେ । ଭାରତୀୟ ସିକ୍ୟୁରିଟି ଏବଂ ବିନିମୟ ବୋର୍ଡ ହେଉଛି ଷ୍ଟକ୍ ବଜାର ଏବଂ ପୁଞ୍ଜି ବଜାରର ନିୟାମକ । ତୁହିନ କାନ୍ତ ପାଣ୍ଡେ ମୋଦି ସରକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି । କ୍ୟାବିନେଟର ନିଯୁକ୍ତି କମିଟି ଓଡ଼ିଶା କ୍ୟାଡରର ୧୯୮୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତୁହିନ କାନ୍ତ ପାଣ୍ଡେଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି । ଦାୟିତ୍ୱ ଗ୍ରହଣ କରିବା ପରେ ସେ ପ୍ରାରମ୍ଭିକ ଭାବରେ ତିନି ବର୍ଷ ପାଇଁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ । SEBI ଅଧ୍ୟକ୍ଷଙ୍କୁ ଜଣେ ସରକାରୀ ସଚିବଙ୍କ ସମାନ ଦରମା ମିଳିଥାଏ । ସେବି ମୁଖ୍ୟ ପଦବୀ ପାଇଁ ତୁହିନ ପାଣ୍ଡେଙ୍କୁ ଭାରତ ସରକାରଙ୍କ ସଚିବଙ୍କ ସମାନ ଦରମା ପାଇବେ । ଏହା ବ୍ୟତୀତ ସେ ପ୍ରତି ମାସରେ ୫,୬୨,୫୦୦ ର ଏକ ସ୍ଥିର ଦରମା ମଧ୍ୟ ବାଛିପାରିବେ । ଯେଉଁଥିରେ ସରକାରୀ ଗାଡ଼ି ଏବଂ ଘର ସୁବିଧା ଅନ୍ତର୍ଭୁକ୍ତ ହେବ ନାହିଁ ।

Comments are closed, but trackbacks and pingbacks are open.