ମଙ୍ଗଳ ଗୋଚର: ଜୁନ୍ ୨୭ ରୁ ୪୪ ଦିନ ପର୍ଯ୍ୟନ୍ତ ଏହି ୪ ରାଶି ଉପରେ ହେବ ଧନବର୍ଷା
ମଙ୍ଗଳ ଗ୍ରହ ଲାଲ ରଙ୍ଗ ର ଗ୍ରହ ଭାବରେ ଜଣାଯାଆନ୍ତି I ମଙ୍ଗଳ ଜୁନ୍ ୨୭ ରେ ନିଜ ରାଶି ମେଷ ରେ ପ୍ରବେଶ କରିବାକୁ ଯାଉଛନ୍ତି I ମଙ୍ଗଳ ଗ୍ରହର ଏହି ରାଶି ପରିବର୍ତ୍ତନର ପ୍ରଭାବ ସମସ୍ତ ୧୨ ଟି ରାଶିର ଲୋକଙ୍କ ଜୀବନରେ ଦେଖାଯିବ I କିନ୍ତୁ କିଛି ରାଶି ର ବ୍ୟକିମାନେ ଏଥିରୁ ପ୍ରବଳ ଲାଭବାନ ହେବାକୁ ଯାଉଛନ୍ତି I ଅଗଷ୍ଟ ୧୦ ପର୍ଯ୍ୟନ୍ତ ମଙ୍ଗଳ ନିଜ ସ୍ବଗୃହ ମେଷ ରେ ରହିବେ I ମଙ୍ଗଳ ଙ୍କର ମେଷ ଓ ବିଛା ରାଶି ଉପରେ ନିଜର ଆଧିପତ୍ୟ ରହିଥIଏ I ଆସନ୍ତୁ ଜାଣିବା ମଙ୍ଗଳଙ୍କର ରାଶି ପରିବର୍ତ୍ତନ ଯୋଗୁଁ କେଉଁ କେଉଁ ରାଶି ଉପରେ ହେବ ଧନ ବର୍ଷା :
ମେଷ : ମଙ୍ଗଳ ଗ୍ରହର ରାଶି ପରିବର୍ତନ ହେତୁ ମେଷ ରାଶିର ଲୋକଙ୍କ ପାଇଁ ଶୁଭ ବୋଲି ପ୍ରମାଣିତ ହେବାକୁ ଯାଉଛି I ଏହି ସମୟରେ କ୍ୟାରିଅରରେ ଭଲ ଫଳାଫଳ ଦେଖାଯିବ I ସେହି ସମୟରେ, ଯଦି ଆପଣ ଭାଗିଦାରୀରେ କାର୍ଯ୍ୟ କରୁଛନ୍ତି, ତେବେ ଆପଣ ଫାଇଦାରେ ରହିବେ I ଚାକିରୀରେ ପଦୋନ୍ନତି ସାଙ୍ଗକୁ ଆର୍ଥିକ ଲାଭ ହେବ Iକର୍ମକ୍ଷେତ୍ରରେ କାର୍ଯ୍ୟକୁ ପ୍ରଶଂସା କରାଯିବ I ଦାମ୍ପତ୍ୟ ଜୀବନ ରେ ଆନ୍ଦର ଲହରୀ ଆସିବ I
ମିଥୁନ : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମଙ୍ଗଳ ଙ୍କର ରାଶି ପରିବର୍ତନ ହେତୁ ମିଥୁନ ରାଶି ର ବ୍ୟକ୍ତିମାନେ ଆର୍ଥିକ ଲାଭରେ ରହିବେ I ବ୍ୟବସାୟରୁ ପ୍ରବଳ ଅର୍ଥ ଲାଭ ହେବ I ଚାକିରୀରେ ପଦୋନ୍ନତି ସହିତ ଏହି ସମୟରେ, ଆୟର ଅନେକ ଉପାୟ ଖୋଲିବ I ଅକସ୍ମାତ ଧନଲାଭ ହେବ I ଏକାସାଙ୍ଗରେ, କର୍ମକ୍ଷେତ୍ରରେ ଆପଣଙ୍କର ଦବଦବା ବଜାୟ ରହିବ I
ସିଂହ : ଏହି ସମୟ ରେ ଆପଣ ଚାକିରି ଏବଂ ବ୍ୟବସାୟରେ ସଫଳତାର ଶିଖର ରେ ରହିବେ I ଅର୍ଥ ବିନିଯୋଗ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ଅଟେ I ଆୟ ବୃଦ୍ଧି ଦ୍ଵିଗୁଣ ବୃଦ୍ଧି ପାଇବ I ଗୋଟିଏ ନୁହେଁ ଅନେକ ସ୍ଥାନରୁ ଧନ ବର୍ଷା ହେବ I ସ୍ୱାସ୍ଥ୍ୟ ଭଲ ରହିବ I ସାମାଜିକ ପ୍ରତିଷ୍ଠା ବଢିବ I
ତୁଳା : ଯଦି ଆପଣ ଭାଗିଦାରୀରେ କାର୍ଯ୍ୟ କରୁଛନ୍ତି, ତେବେ ଭଲ ଲାଭର ସମ୍ଭାବନା ଅଛି I ବେତନ ପ୍ରାପ୍ତ ବ୍ୟକ୍ତି ପଦୋନ୍ନତି ପାଇପାରିବେ I ମଙ୍ଗଳ ଙ୍କର ଗୋଚର ଯୋଗ ଆପଣଙ୍କ କ୍ୟାରିୟର ପାଇଁ ଏକ ଭଲ ସମୟ ଐଶ୍ଵର୍ଯ୍ୟଶାଳୀ ,ବିତ୍ତଶାଳି ତଥା ଭାଗ୍ୟବାନ ହେବେ ଇ ନୂତନ ଗୃହ କିମ୍ବା ନୂତନ ଗାଡି କିଣିବା ପାଇଁ ଯୋଜନା କରି ପାରନ୍ତି I
Comments are closed, but trackbacks and pingbacks are open.