ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧର ଅବସାନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରବିବାର (ଆଜି) ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ବହୁ ପ୍ରତୀକ୍ଷିତ ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି ବୋଲି ସେ କହିଛନ୍ତି। ଏହି ଡିଲ୍ ସ୍ୱାକ୍ଷରିତ ହେବା ପରେ ବିଶ୍ୱ ବାଣିଜ୍ୟର ପ୍ରମୁଖ ମାଧ୍ୟମ କୁହାଯାଉଥିବା ‘ହରମୁଜ୍ ପ୍ରଣାଳୀ’ (Strait of Hormuz) ସମସ୍ତଙ୍କ ଯାତାୟତ ପାଇଁ ସହଜ ଓ ମୁକ୍ତ ହେବ। ଟ୍ରମ୍ପଙ୍କ ଏହି ବୟାନ ଉପରେ ଏବେ ସାରା ବିଶ୍ବର ନଜର ରହିଛି। ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସିଆଲ’ରେ ଏକ ପୋଷ୍ଟ କରି ରାଷ୍ଟ୍ରପତି ଟ୍ରମ୍ପ ଲେଖିଛନ୍ତି, ଟ୍ରମ୍ପ ତାଙ୍କ ପୋଷ୍ଟରେ ଇରାନକୁ ନେଇ ଏକ ବଡ଼ ଚେତାବନୀପୂର୍ଣ୍ଣ ସୂଚନା ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଆମେରିକା ଇରାନର ସମୃଦ୍ଧ ୟୁରାନିୟମ ଷ୍ଟକ୍ (Enriched Uranium)କୁ ନିଜ ନିୟନ୍ତ୍ରଣକୁ ନେଇ ସମ୍ପୂର୍ଣ୍ଣ ନଷ୍ଟ କରିଦେବ। ଟ୍ରମ୍ପଙ୍କ କହିବା ଅନୁସାରେ-“ସଠିକ ସମୟରେ, ଯେତେବେଳେ ସବୁକିଛି ସ୍ୱାଭାବିକ ହୋଇଯିବ, ଆମେ ଭିତରକୁ ପ୍ରବେଶ କରିବୁ ଏବଂ ସେହି ଶକ୍ତିଶାଳୀ ଗ୍ରାନାଇଟ୍ ପାହାଡ଼ ତଳେ ଲୁଚାଇ ରଖାଯାଇଥିବା ନ୍ୟୁକ୍ଲିୟର ଡଷ୍ଟ (ଆଣବିକ ସାମଗ୍ରୀ)କୁ ବାହାର କରିବୁ। ଆମର ସୁନ୍ଦର B-2 ବୋମାବର୍ଷୀ ବିମାନ (B-2 Bomber) ଏବଂ ଚାଲାକ ପାଇଲଟମାନଙ୍କ ଯୋଗୁଁ ଏହା ସମ୍ଭବ ହେବ। ଏହାକୁ ଇରାନରେ ହେଉ କିମ୍ବା ଆମେରିକାରେ, ମିଶ୍ରଣ କରି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରାଯିବ।”
Comments are closed, but trackbacks and pingbacks are open.