ଜିତିଲେ ଟ୍ରମ୍ପ, ହାରିଲେ କମଳା

110

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଲେ ଡୋନାଲ୍ଡ ଟ୍ରମ୍ପ। ନିର୍ବାଚନରେ ଜିତିଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପ । ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସକୁ ହରାଇ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ୪ ବର୍ଷ ପରେ ଟ୍ରମ୍ପ ପୁଣି ରାଷ୍ଟ୍ରପତି ହୋଇଛନ୍ତି । ଟ୍ରମ୍ପଙ୍କୁ ୨୭୭ଟି ଭୋଟ ମିଳିଥିବାବେଳେ କମଳା ହ୍ୟାରିସଙ୍କୁ ମାତ୍ର ୨୨୬ଟି ଭୋଟ ମିଳିଛି ।ଜିତିବା ପରେ ଟ୍ରମ୍ପ ବିଜୟ ଭାଷଣ ରଖିଛନ୍ତି । ଆମେରିକାବାସୀଙ୍କୁ ଥ୍ୟାଙ୍କ ୟୁ କହିଛନ୍ତି ଟ୍ରମ୍ପ । ଆମେରିକାବାସୀ ମୋତେ ବିଶ୍ୱାସକୁ ନେଇଥିବାରୁ ଧନ୍ୟବାଦ ବୋଲି ଟ୍ରମ୍ପ କହିଛନ୍ତି ।ଜବରଦସ୍ତ ବିଜୟ ଦେଇଥିବାରୁ ଆମେରିକାବାସୀଙ୍କ ନିକଟରେ କୃତଜ୍ଞ । ପତ୍ନୀ ମେଲାନିଆ ଓ ପରିବାରବାସୀଙ୍କୁ ମଧ୍ୟ ଟ୍ରମ୍ପ ଧନ୍ୟବାଦ ଜଣାଇଛନ୍ତି ।  ଟ୍ରମ୍ପ ତାଙ୍କ ସମ୍ବୋଧନରେ କହିଛନ୍ତି ଏହା ଐତିହାସିକ ବିଜୟ । ଏହାର ପୁରା ଶ୍ରେୟ  ଦେଶବାସୀଙ୍କୁ ଯାଉଛି ବୋଲି କହିଛନ୍ତି ଟ୍ରମ୍ପ । ଭୋଟରଙ୍କୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ । ଟ୍ରମ୍ପ ତାଙ୍କ ସମ୍ବୋଧନରେ କହିଛନ୍ତି  ମୋର ସବୁ୍ କିଛି ଆମେରିକାବସୀଙ୍କ ନିକଟରେ ସମର୍ପିତ।  ଆମେରିକାର ଭବିଷ୍ୟତ ପାଇଁ କାମ କରିବି । ମହାନ ରଷ୍ଟ୍ରରେ ପରିଣତ କରିବା ପାଇଁ  ମୋର ଲକ୍ଷ । ଭାଷଣ ବେଳେ ଏଲନ ମସ୍କଙ୍କ ନାମ ନେଇ କହିଲେ ମୋ କ୍ୟାମ୍ପେନରେ ଏଲନ୍ ମସ୍କଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।  ତେବେ ଟ୍ରମ୍ପ ହେବେ ଦ୍ୱିତୀୟ ଥର ଆମେରିକାର ରାଷ୍ଟ୍ରପତି ।  ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ହୋଇଛନ୍ତି । 

Comments are closed, but trackbacks and pingbacks are open.