ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିରୋଧ

61

ନୂଆଦିଲ୍ଲୀ :ଭେନେଜୁଏଲାରେ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଅପହରଣ ପରେ ଟ୍ରମ୍ପଙ୍କୁ ସବୁ ଆଡେ ବିରୋଧ କରାଯାଉଛି। ଆମେରିକାର ଏପରି କାର୍ଯ୍ୟକଳାପକୁ ଅନେକ ସହଯୋଗୀ ଦେଶ ନିନ୍ଦା କରିଛନ୍ତି । ଆଗାମୀ ଦିନରେ ଗ୍ରୀନଲ୍ୟାଣ୍ଡରେ ସମାନ ଆଟାକ୍ କରିବାକୁ ୟୁଏସ ସେନା ପ୍ରସ୍ତୁତ ହେଉଥିବା ଖବର ପରେ ଏବେ ବିବାଦ ବଢିଛି । ଅନେକ ୟୁରୋପୀୟ ଦେଶ ଟ୍ରମ୍ପଙ୍କ ଧମକକୁ ଖୋଲାଖୋଲି ବିରୋଧ କରିଛନ୍ତି lଟ୍ରମ୍ପ୍ କହିଥିଲେ ଯେ, ସେ ଭେନେଜୁଏଲାରେ ଅଟକିବେ ନାହିଁ । ଆଗାମୀ ଦିନରେ କଲମ୍ବିଆ ଏବଂ ଗ୍ରୀନଲ୍ୟାଣ୍ଡ ତାଙ୍କ ଟାର୍ଗେଟରେ ରହିଛି । ଏହାକୁ ନେଇ ୟୁରୋପର ୭ଟି ଦେଶ ମିଳିତ ବୟାନ ଜାରି କରିଛନ୍ତି । ସେମାନେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆର୍କାଟିକ ଅଞ୍ଚଳର ସୁରକ୍ଷା ୟୁରୋପର ପ୍ରାଥମିକତା ଅଟେ । ଗ୍ରୀନଲ୍ୟାଣ୍ଡର ଭବିଷ୍ୟତ ଉପରେ କେବଳ ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡ୍ ନିଷ୍ପତ୍ତି ନେଇପାରିବେ ।ମିଳିତ ବୟାନରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍, ଜର୍ମାନୀର ଚାନ୍ସଲେର ମର୍ଜ, ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିୟା ମେଲୋନି, ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟୁସ୍କ, ସ୍ପେନର ପ୍ରଧାନମନ୍ତ୍ରୀ ପାଦ୍ରୋ ସାଞ୍ଚେଜ୍, ବ୍ରିଟେନ୍ ପ୍ରଧାନମନ୍ତ୍ରୀ କୀର୍ ଷ୍ଟାରମର୍ ଏବଂ ଡେନମାର୍କର ପ୍ରଧାନମନ୍ତ୍ରୀ ମେଣ୍ଟୋ ଫେଡରିକସନ୍ ଦସ୍ତଖତ କରିଛନ୍ତି ।

Comments are closed, but trackbacks and pingbacks are open.