ଟିଆର୍‌ଏସ୍ ବିଧାୟକ କିଣାବିକା ମାମଲା, ବିଜେପି ନେତା ବିଏଲ୍ ସନ୍ତୋଷଙ୍କୁ ସମନ

25

ହାଇଦ୍ରାବାଦ: ତେଲେଙ୍ଗାନରେ ହର୍ସ ଟ୍ରେଡିଂ ମାମଲା ଜୋର୍ ଧରିବାରେ ଲାଗିଛି । ଏହି ମାମଲାର ତଦନ୍ତ ପାଇଁ ଗଠିତ ଏସ୍‌ଆଇଟି ବିଜେପି ନେତା ବିଏସ୍ ସନ୍ତୋଷଙ୍କୁ ସମନ କରିଛି । ନଭେମ୍ବର ୨୧ ତାରିଖରେ ଥାନାରେ ହାଜର ହେବାକୁ ସନ୍ତୋଷଙ୍କୁ ଏସ୍‌ଆଇଟି କହିଛି । ସୂଚନା ଅନୁସାରେ ଯଦି ସେ ହାଜର ନହୁଅନ୍ତି, ତେବେ ଗିରଫ ହେବା ନିଶ୍ଚିତ । ଅନ୍ୟପକ୍ଷରେ ବିଜେପି ନେତା ହାଇକୋର୍ଟରେ ଅନ୍ତରୀଣ ପିଟିସନ୍ ଦାଖଲ ପାଇଁ ନିଷ୍ପତ୍ତି ନେଇଛି । ଏହା ପୂର୍ବରୁ ଟିଆର୍‌ଏସ୍ ବିଧାୟକଙ୍କୁ ଶହେ କୋଟି ଟଙ୍କାରେ କିଣିବା ଉଦ୍ୟମ ମାମଲାରେ ରାଜ୍ୟ ପୁଲିସ ୪ ରାଜ୍ୟର ୭ଟି ସ୍ଥାନରେ ଚଢ଼ଉ କରିଥିଲା । ଏହି ମାମଲାରେ ତେଲେଙ୍ଗାନା ପୁଲିସ ୩ ଜଣଙ୍କୁ ଗିରଫ କରିଥିଲା । ଟିଆର୍‌ଏସ୍ ବିଧାୟକ ପାଇଲଟ୍ ରୋହିତ ରେଡ୍ଡୀଙ୍କ ଅଭିଯୋଗରେ ତେଲେଙ୍ଗାନାରେ ଦୁଇଜଣଙ୍କ ନାମରେ କେସ୍ ହୋଇଛି । ଦିଲ୍ଲୀ ନିବାସୀ ରାମଚନ୍ଦ୍ର ଭାରତୀ ଓରଫ ସତୀଶ ଶର୍ମା ଏବଂ ହାଇଦ୍ରାବାଦ ନିବାସୀ ନନ୍ଦ କୁମାର ବିଜେପି ସହିତ ସମ୍ପୃକ୍ତ ବୋଲି ରେଡ୍ଡୀ ଅଭିଯୋଗ କରିଥିଲେ । ଏହି ଦୁଇଜଣ ବିଜେପି ପକ୍ଷରୁ ଟିଆର୍‌ଏସ୍ ବିଧାୟକ ଦଳରେ ଫାଟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ତାଙ୍କୁ ୧୦୦ କୋଟି ଟଙ୍କା ଅଫର୍ ଦେଇଥିଲେ ବୋଲି ରେଡ୍ଡୀ ଅଭିଯୋଗ କରିଥିଲେ ।

Comments are closed, but trackbacks and pingbacks are open.