ମୋବାଇଲ ରିଚାର୍ଜ ପ୍ଲାନ ଏବେ ୨୮ ନୁହେଁ ୩୦ ଦିନ କରିବାକୁ ଟ୍ରାଇ ର ନିର୍ଦ୍ଦେଶ

24

ମୋବାଇଲ ଭ୍ୟାଲିଡିଟି ରିଚାର୍ଜ ଏବେ ୨୮ ଦିନ ପରିବର୍ତ୍ତେ ୩୦ ଦିନ ହେବ । ଟେଲିକମ ରେଗୁଲେଟରୀ ଅଥରେଟୀ ଅଫ୍ ଇଣ୍ଡିଆ (ଟ୍ରାଇ) ଏନେଇ ଦେଶର ସମସ୍ତ ଟେଲିକମ୍ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏଣିକି ପ୍ରତ୍ୟେକ ଟିଏସପି ଅତିକମରେ ଗୋଟିଏ ପ୍ଲାନ ଭାଉଚର, ଗୋଟିଏ ସ୍ପେଶାଲ ଟାରିଫ ଭାଉଚର ଓ ଗୋଟିଏ କମ୍ବୋ ଭାଉଚର ଦେବାକୁ ପଡ଼ିବ । ଏହି ନିର୍ଦ୍ଦେଶରେ କୁହାଯାଇଛି କି, ଟେଲିକମ ଟାରିଫ୍ ୬୬ ଆମାଣ୍ଡମେଣ୍ଟଅର୍ଡର ୨୦୨୨ ମୁତାବକ ଟ୍ରାଇ ଅନେକ ନିଷ୍ପତ୍ତି ଶୁଣାଇଛନ୍ତି ।

ଉପଭୋକ୍ତାଙ୍କ ହିତସାଧନ ପାଇଁ ଟ୍ରାଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ ଯେ, ଗତ ବର୍ଷ ମେ ୧୩ ତାରିଖରେ ଟାରିଫ ଅଫର ଓ ବୈଧତା ଅବଧିକୁ ନେଇ ଏକ ପରାମର୍ଶ ପତ୍ର ଜାରି କରାଯାଇଥିଲା । ସେଥିରେ ଟ୍ରାଇ ପକ୍ଷରୁ ଜବାବ ତଲବ ପାଇଁ କୁହାଯାଇଥିଲା । ଏହାସହ ଟେଲିକମ କମ୍ପାନୀମାନଙ୍କୁ କୁହାଯାଇଛି କି ସେମାନେ ଏଭଳି ଏକ ପ୍ଲାନ କରନ୍ତୁ ଯାହାଦ୍ୱାରା ଉପଭୋକ୍ତାମାନେ ପହିଲା ତାରିଖରେ ସେମାନଙ୍କ ମୋବାଇଲ ରିଚାର୍ଜ ରିନ୍ୟୁ କରିପାରିବେ । ଏନେଇ ଟ୍ରାଇ କହିଛି କି ମୋବାଇଲ ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି କି ସେମାନେ ବର୍ଷକୁ ୧୨ ମାସ ସ୍ଥାନରେ ୧୩ ମାସ ରିଚାର୍ଜ କରିବାକୁ ପଡୁଛି । ଏହାଦ୍ୱାରା ସେମାନେ ଠକାମୀରେ ଶିକାର ହେଉଥିବା କଥା ଟ୍ରାଇ କହିଛି ।

ଟ୍ରାଇର ଏଭଳି ନିର୍ଦ୍ଦେଶ ପରେ ଏହାକୁ ବିରୋଧ କରିଛନ୍ତି ଟେଲିକମ୍ କମ୍ପାନୀମାନେ । ସେମାନେ କହିଛନ୍ତି କି ୨୮ ଦିନ,୨୪ ଦିନ ଓ ୫୪ ଦିନ ପ୍ଲାନ ବଦଳାଇଲେ ସେମାନଙ୍କ ବିଲିଂ ସାଇକେଲରେ ଅନେକ ଅସୁବିଧା ହେବ । ଏହାସହ ପ୍ରତ୍ୟେକ ମାସ ଗୋଟିଏ ତାରିଖ ଓ ଗୋଟିଏ ରାଶି ରିଚାର୍ଜ ଅଫର କରିବା ଟେକ୍ନିକାଲି ସମ୍ଭବ ନୁହେଁ, ଏହା କେବଳ ପୋଷ୍ଟପେଡ ଗ୍ରାହକଙ୍କୁ ଯୋଗାଇ ଦିଆଯାଇ ପାରିବ ।

Leave A Reply

Your email address will not be published.