କର୍ଣ୍ଣାଟକ କଂଗ୍ରେସରେ ତ୍ରିକୋଣୀୟ ଲଢେଇ !

28

କର୍ଣ୍ଣାଟକ ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା । ମ୍ୟାଜିକ୍ ନମ୍ବର ହାସଲ ପାଇଁ ହେବ ତ୍ରିକୋଣୀୟ ଲଢେଇ । କର୍ଣ୍ଣାଟକରେ କଂଗ୍ରେସର ହେବ ୪ ଦିନିଆ ବୈଠକ । ସରଗରମ ହେଉଛି କର୍ଣ୍ଣାଟକ ରାଜନୀତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ୨୨୪ ଆସନ ବିଶିଷ୍ଟ ବିଧାନସଭା ପାଇଁ ମେ’ ମାସ ପୂର୍ବରୁ ନିର୍ବାଚନ ହେବ । ବିଧାନସଭାରେ ମ୍ୟାଜିକ୍ ନମ୍ବର ହାସଲ କରିବାପାଇଁ ବିଜେପି, କଂଗ୍ରେସ ଏବଂ ଜେଡିଏସ୍ ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ଜାରି ରହିଛି ।

ତେବେ ଖାଲି ରାଜ୍ୟରେ ନୁହେଁ ରାଜ୍ୟ କଂଗ୍ରେସରେ ବି ତ୍ରିକୋଣୀୟ ଲଢ଼େଇ ଦୃଶ୍ୟମାନ ହେଉଛି । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବିଧାୟକ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଡିକେ ଶିବକୁମାରଙ୍କ ମଧ୍ୟରେ ଏବେ ଲଢ଼େଇ ଆରମ୍ଭ ହୋଇଛି । ଆଶାୟୀଙ୍କୁ ଟିକେଟ ଦେବାକୁ ନେଇ ଉକ୍ତ ୩ ବରିଷ୍ଠ ନେତାଙ୍କ ମଧ୍ୟରେ ଲଢ଼େଇ ଜାରି ରହିଥିବା ଚର୍ଚ୍ଚା ହେଉଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତା ୨୨ ତାରିଖରେ ବେଲଗମ୍‌ରେ ରୢାଲି କରିବାପରେ ୧୩୫ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ଜଣାପଡ଼ିଛି । କର୍ଣ୍ଣାଟକ କଂଗ୍ରେସ ସ୍କ୍ରିନିଂ କମିଟି ଗତ ସପ୍ତାହରେ ୪ ଦିନ ବୈଠକ କରିବାପରେ ୨୨୪ ଆସନରୁ ମୋଟ୍ ୧୭୦ ଆସନରେ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିଛି । ପାର୍ଟି ହାଇକମାଣ୍ଡ ଏନେଇ ନଷ୍ପତ୍ତି ନେବେ ।

ଶିବକୁମାର, ଖଡ଼ଗେ ଏବଂ ସିଦ୍ଦରମେୟା ପ୍ରତ୍ୟେହ ୨ କିମ୍ବା ୨ରୁ ଅଧିକ ଆଶାୟୀ ପ୍ରାର୍ଥୀଙ୍କୁ ସମର୍ଥନ କରୁଛନ୍ତି । ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଟିକେଟ ପାଇବାକୁ ଉକ୍ତ ୩ ନେତାଙ୍କ ମଧ୍ୟରେ ଲଢ଼େଇ ଜାରି ରହିଛି ବୋଲି କୁହାଯାଉଛି । ଇତି ମଧ୍ୟରେ ସିଦ୍ଦରମେୟା ଚଳିତ ବିଧାନସଭା ନିର୍ବାଚନ କୋଲାରରୁ ଲଢ଼ିବେନି । ସେ ମହୀଶୂରର ବରୁଣାରୁ ନିର୍ବାଚନ ଲଢ଼ିବେ । ସିଦ୍ଦରମେୟାଙ୍କର ଏହା ଶେଷ ନିର୍ବାଚନ । ତେଣୁ କୌଣସି ପ୍ରକାର ରିସ୍କ ନନେବାପାଇଁ ତାଙ୍କୁ ଦଳ ପକ୍ଷରୁ ବରୁଣାରୁ ଲଢ଼ିବାପାଇଁ କୁହାଯାଇଛି । ବୟସ ଦୃଷ୍ଟିରୁ ଚଳିତ ନିର୍ବାଚନରେ ୭ ଜଣ ବର୍ତ୍ତମାନର ବିଧାୟକଙ୍କୁ ବାଦ୍ ଦିଆଯିବ ବୋଲି ଜଣାପଡ଼ିଛି ।

Comments are closed, but trackbacks and pingbacks are open.