ଭିଜିଲାନ୍ସ ଜାଲରେ ଟ୍ରେଜେରି ଅଫିସର ପିଅନ।

64

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଟ୍ରେଜେରି ଅଫିସର ପିଅନ। ୪୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ଟିମ୍ ହାତରେ ଧରାପଡିଛନ୍ତି। ପିଅନ ଜଣକ ହେଉଛନ୍ତି ହରିଶ୍ଚନ୍ଦ୍ର ମହାପାତ୍ର । ପେନସନ ବାବଦକୁ ଏରିୟର ବିଲ୍ କରାଇ ଦେବାକୁ ୮୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ହରିଶ୍ଚନ୍ଦ୍ର। ପ୍ରଥମେ ୪୦ ହଜାର ଟଙ୍କା ନେଇଥିଲେ। ତେବେ ଅଭିଯୋଗକାରୀଙ୍କୁ ଆଉ ୪୭ ହଜାର ଟଙ୍କା ଦେବା ପାଇଁ କହିଥିଲେ। ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସରେ ଜଣାଇଥିଲେ। ଶନିବାର ବଳକା ୪୭ ହଜାର ଟଙ୍କା ହରିଶ୍ଚନ୍ଦ୍ରଙ୍କୁ ଅଭିଯୋଗକାରୀ ଦେଇଥିଲେ। ଏହି ସମୟରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ ହରିଶ୍ଚନ୍ଦ୍ର ମହାପାତ୍ରଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ୪୭ ହଜାର ଟଙ୍କା ଜବତ କରିଥିଲେ। ଅଭିଯୁକ୍ତଙ୍କ ଆୟ ବହିର୍ଭୁତ ସମ୍ପତ୍ତି ନେଇ ଅଧିକ ଖୋଳତାଡ କରୁଛି ଭିଜିଲାନ୍ସ ।

Comments are closed, but trackbacks and pingbacks are open.